ଯାଜପୁର ୫୩ ନମ୍ବର ଜାତୀୟ ରାଜପଥ ରଥିଆ ଛକରେ ମର୍ମନ୍ତୁଦ ଦୁର୍ଘଟଣା : ୩ ମୃତ, ୨ ଗୁରୁତର, ଭୁବନେଶ୍ୱରରୁ ମେଦିନୀପୁର ଯାଉଥିବାବେଳେ ଟ୍ରକକୁ ପିଟିଲା କାର୍

106

କନକ ବ୍ୟୁରୋ : ଯାଜପୁର ଜିଲ୍ଲା ଧର୍ମଶାଳ ଥାନା ରଥିଆ ଛକରେ ମର୍ମନ୍ତୁଦ ଦୁର୍ଘଟଣା । ରାସ୍ତାକଡରେ ଠିଆ ହୋଇଥିବା ଟ୍ରକକୁ ଧକ୍କା ଦେଲା କାର । ଫଳରେ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନା ଭର୍ତି କରାଯାଇଛି । ମୃତକ ୩ଜଣ ପୁରୁଷ ଓ ଗୁରୁତର ଦୁଇ ଆହତ ଗାଡିର ଚାଳକ ଓ ଜଣେ ମହିଳା ।

ଏମାନେ ସମସ୍ତେ ଭୁବନେଶ୍ୱରରୁ ପଶ୍ଚିମବଙ୍ଗ ମେଦିନିପୁର ଯାଉଥିବା ବେଳେ ରଥିଆ ଛକ ନିକଟରେ ଦୁର୍ଘଟଣା ଘଟିିଛି । ଗୁରୁତର ଆହତଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତି କରାଯାଇଛି ।