କନକ ବ୍ୟୁରୋ : ବସରେ ଧକ୍କା ହେବାରୁ ଚାଲିଗଲା ୨ ବାଇକ ଆରୋହୀଙ୍କ ଜୀବନ । ମିଳିଥିବା ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତ୍ରିରେ ଖୋର୍ଦ୍ଧା-ବଲଙ୍ଗୀରର ଜାତୀୟ ରାଜପଥରେ ମୋଡାଣି ଉପରେ ବସଟି ବାଇକରେ ଯାଉଥିବା ୨ ଜଣଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ବାଇକ ଆରୋହୀଙ୍କ ଜୀବନ ଚାଲିଯାଇଥିଲା । ତେବେ ଉଭୟ ବାଇକ ଆରୋହୀ ମଦ୍ୟପାନ କରିଥିବା ସୂଚନା ମିଳିଛି । ମୃତ ବାଇକ୍ ଆରୋହୀ ଦୁହେଁ ହେଉଛନ୍ତି ବୌଦ୍ଧ ଜିଲ୍ଲା ହରଭଙ୍ଗା
ଥାନା କୁଟିବାରି ଗାଁର ବିଶ୍ୱଜିତ ପ୍ରଧାନ ଏବଂ କଳାହାଣ୍ଡି ଜିଲ୍ଲା ଜୟପାଟଣା ଅନ୍ତର୍ଗତ ବାନେର ଗାଁ’ର କୃଷ୍ଣ ନାୟକ। ଖବର ପାଇ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସମ୍ପୃକ୍ତ ବାଇକ୍ ଓ ବସକୁ ଥାନାକୁ ନେଇଛି। ମୃତ ବାଇକ୍ ଆରୋହୀଙ୍କ ପରିବାରକୁ ପୁଲିସ ଖବର ଦେଇଛି। ସେମାନେ ପହଞ୍ଚିବା ପରେ ଶବ ବ୍ୟବଚ୍ଛେଦ କରାଯିବ। ତେବେ ଦୁର୍ଘଟଣାଗ୍ରସ୍ତ ବସରେ ଥିବା ଯାତ୍ରୀଙ୍କୁ ଅନ୍ୟ ବସରେ ସେମାନଙ୍କ ଗନ୍ତବ୍ୟ ସ୍ଥଳକୁ ପଠାଯାଇଥିବା ସୂଚନା ମିଳିଛି ।/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/03/dixit-bus-750x430.jpg)