ଘର ଉପରେ ମାଡ଼ିଗଲା ଟ୍ରକ । ବ୍ରହ୍ମପୁର ଲାଂଜିଆ ଗୋପାଳ ନିକଟରେ ଘଟିଛି ଦୁର୍ଘଟଣା

307

କନକ ବ୍ୟୁରୋ : ଘର ଉପରେ ମାଡିଗଲା ଟ୍ରକ । ଏ ହେଉଛି, ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଲାଞ୍ଜିଆ ଗୋପାଳ ସମାଜ ସଭା ସମ୍ମୁଖରେ ଏହି ଦୁର୍ଘଟଣା ଘଟିଛି । ଦୁଇଟି ଟ୍ରକ ମୁହାଁମୁହିଁ ଧକା ହେବା ଫଳରେ ରାସ୍ତା କଡରେ ଥିବା ଘର ଉପରକୁ ଦ୍ରୁତ ଗାମୀ ଟ୍ରକ ମାଡି ଯାଇଥିଲା ।
ଦୁର୍ଘଟଣା ସମୟର ଏହି ଦୃଶ୍ୟ ଦେଖିଲେ ଆପଣଙ୍କର ବି ଛାତି ଥରି ଉଠିବ । ଦ୍ରୁତ ବେଗରେ ଟ୍ରକ ଆସି ଘରର କାନ୍ଥ ଭାଙ୍ଗି ମାଡି ଯାଇଛି ଟ୍ରକ । ଘର ପାଖରେ ଥିବା ଗାଡି ଗୁଡିକ ଉପରେ ବି ଟ୍ରକ୍ ମାଡିଯାଇଛି । ପାଖରେ ଥିବା ଅଟୋଟି ସମ୍ପୁର୍ଣ୍ଣ ଭାଙ୍ଗି ଚୁରମାର ହୋଇଯାଇଛି । ଏହି ଦୃଶ୍ୟ କହୁଛି କେତେ ଦ୍ରୁତ ଗତିରେ ଆସୁଥିଲା ଟ୍ରକ । ଯଦି କୌଣସି ମଣିଷ ଉପରେ ଚଢ଼ିଥାନ୍ତା କଣ ହୋଇଥାନ୍ତା । ତେବେ ସୌଭାଗ୍ୟ ବସତଃ ଘର ଭିତରେ ଥିବା ସମସ୍ତ ଲୋକ ଅଳ୍ପକେ ବର୍ତି ଯାଇଛନ୍ତି । ଉତେଜିତ ଲୋକ ଦିଗପହଁଣ୍ଡି ରାସ୍ତାକୁ ଅବରୋଧ କରିବା ସହ କ୍ଷତିପୂରଣ ଦାବି କରିଛନ୍ତି ।