କନକ ବ୍ୟୁରୋ: ସମ୍ବଲପୁର ରେଙ୍ଗାଲିରେ ଥିବା ଭୂଷଣ କାରଖାନାରେ ବଡ ଅଘଟଣ ଘଟି ଚାଷ ଜମିରେ ପାଉଁଶ ଓ ବର୍ଯ୍ୟବସ୍ତୁ ମାଡି ଯାଇଛି । ପାଖରେ ଥିବା ବାଂଜିବେର୍ଣା ଗାଁ ଭିତରେ ବି ବିଷାକ୍ତ ପଦାର୍ଥ ପଶି ଯାଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ପରେ ସ୍ଥାନୀୟ ପ୍ରଶାସନ ଓ ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ତଦନ୍ତ ।
ଗୁରୁବାର ସଂଧ୍ୟାରେ ସମ୍ବଲପୁର ରେଙ୍ଗାଲି ବ୍ଳକ ସ୍ଥିତ ଭୂଷଣ କାରଖାନାରେ ବଡ଼ ଧରଣର ଅଘଟଣ ଘଟିଛି । ପେଲେଟ୍ ପ୍ଲାଂଟର ସିଲରି ପଣ୍ଡ ଭୁଶୁଡି ଯାଇଛି । କାରଖାନା ପାଚେରୀ ଭାଙ୍ଗି ଯିବାରୁ ପାଖ ଗାଁ ଆଡକୁ ମାଡି ଯାଇଛି ବିଷାକ୍ତ କେମିକାଲ୍ ଓ ତରଳ ଲୁହାଗୁଣ୍ଡ । ବାଂଜିବେର୍ଣା ଗାଁ ଭିତରକୁ ଏହି ବିଷାକ୍ତ ପଦାର୍ଥ ମାଡ଼ି ଯାଇଥିବା ଅଭିଯୋଗ ହୋଇଛି ।
ବର୍ଜ୍ୟ ରାସାୟନିକ ପଦାର୍ଥ ମାଡିଯିବାରୁ ବ୍ୟାପକ ଭାବେ ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି । ଏପରିକି ଗାଁର ପୋଖରୀରେ ବି ଏହି ବିଷାକ୍ତ ପଦାର୍ଥ, ପାଣିରେ ମିଶି ଯାଇଥିବା ଅଭିଯୋଗ ହୋଇଛି । ଏ ନେଇ ପୁଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ରେଙ୍ଗାଲି ତହସିଲହାର ଓ ଜିଲ୍ଲା ପ୍ରଶାସନ ପହଁଚି କ୍ଷୟକ୍ଷତିର ଆକଳନ କରୁଛନ୍ତି । ଦୁର୍ଘଟଣା ପରେ ଜଣେ କାର୍ଯ୍ୟରତ ଶ୍ରମିକ ନିଖୋଜ ଥିବା କୁହାଯାଉଥିବା ବେଳେ ଏ ନେଇ କିଛି ସ୍ପଷ୍ଟ କରିନାହାନ୍ତି କାରଖାନା କର୍ତୃପକ୍ଷ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2022/01/pjimage-28.jpg)