‘କରମଣ୍ଡଳ’ର କଳା ଇତିହାସ, ଜାଣନ୍ତୁ କେବେ ଓ କେଉଁଠି ହୋଇଥିଲା ଦୁର୍ଘଟଣା

3,584

କନକ ବ୍ୟୁରୋ : ପୂର୍ବରୁ ଅନେକ ରେଳ ଦୁର୍ଘଟଣା ସାମ୍ନାକୁ ଆସିଛି । କେବେ ଟ୍ରେନ ଆପେ ଆପେ ଲାଇନଚ୍ୟୁତ ହୁଏ ତ କେବେ ଅନ୍ୟ ଟ୍ରେନ ସହ ଧକ୍କା ହୋଇଥାଏ । କୈାଣସି ଯାନ୍ତ୍ରିକ ତ୍ରୁଟି ହେଉ କି ମାନବିକ ତ୍ରୁଟି ଟ୍ରେନ ଦୁର୍ଘଟଣା ସବୁବେଳେ ଅମାପ ଧନଜୀବନ ହାନି ଘଟାଇଛି । ଦେଶର ଗୁରୁତ୍ୱପୂର୍ଣ୍ଣ ବା ପ୍ରମୁଖ୍ୟ ଟ୍ରେନ ମଧ୍ୟରେ କରମଣ୍ଡଳ ଏକ୍ସପ୍ରେସ ଗୋଟିଏ ବୋଲି ଧରାଯାଏ । କରମଣ୍ଡଳ ଏକ୍ସ୍ରପ୍ରେସକୁ ଦକ୍ଷିଣ ପୂର୍ବ ରେଲୱେର ରାଜା ବୋଲି ମଧ୍ୟ ଜଣାଯାଏ । ଶୁକ୍ରବାର ଓଡିଶାର ବାଲେଶ୍ୱର ଜିଲ୍ଲାର ବାହାନଗା ରେଳଷ୍ଟେସନରେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହା ପୂର୍ବରୁ ମଧ୍ୟ କରମଣ୍ଡଳ ଏକ୍ସପ୍ରେସର ବହୁ ସମୟରେ ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟିଛି । ଯାହାକି କରମଣ୍ଡଳ ଏକ୍ସପ୍ରେସର କଳା ଇତିହାସ କହିଲେ ମଧ୍ୟ ଅତ୍ୟୁକ୍ତି ହେବ ନାହିଁ । ଆସନ୍ତୁ ଜାଣିବା ଏହା ପୂର୍ବରୁ କେବେ କେବେ କରମଣ୍ଡଳ ଏକ୍ସପ୍ରେସର ଦୁର୍ଘଟଣା ହୋଇଛି ।
‘କରମଣ୍ଡଳ’ର କଳା ଇତିହାସ
୧୫ ମାର୍ଚ୍ଚ ୨୦୦୨
ରାତି ପ୍ରାୟ ୨ଟା ୪୦ରେ ଟ୍ରେନ୍ ଦୁର୍ଘଟଣା ହୋଇଥିଲା
ତାମିଲନାଡ଼ୁ ନେଲୋର୍ ଜିଲ୍ଲାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା କରମଣ୍ଡଳ ଏକ୍ସପ୍ରେସ୍
କରମଣ୍ଡଳ ଏକ୍ସପ୍ରେସ୍ର ପ୍ରାୟ ୭ଟି ବଗି ଲାଇନ୍ଚ୍ୟୁତ୍ ହୋଇଥିଲା
କୋଭୁରୁ ମଣ୍ଡଳର ପାଡୁଗୁପଡୁ ରୋଡ୍ ଓଭରବ୍ରିଜ୍ରେ ଘଟିଥିଲା ଦୁର୍ଘଟଣା
ଟ୍ରେନ୍ ଦୁର୍ଘଟଣାରେ ୧୦୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ
୧୩ ଫେବ୍ରୁଆରୀ ୨୦୦୯
ଯାଜପୁର-କେନ୍ଦୁଝର ରୋଡ୍ରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା କରମଣ୍ଡଳ ଏକ୍ସପ୍ରେସ
ଟ୍ରେନ୍ ଦୁର୍ଘଟଣାରେ ପାଖାପାଖି ୧୫ ଜଣ ଯାତ୍ରୀଙ୍କ ଜୀବନ ଯାଇଥିଲା
ଆହତ ହୋଇଥିଲେ ବହୁ ଲୋକ
୩୦ ଡିସେମ୍ବର ୨୦୧୨
ଗଞ୍ଜାମ ଜିଲ୍ଲାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା କରମଣ୍ଡଳ ଏକ୍ସପ୍ରେସ୍
ଟ୍ରେନ୍ ଧକ୍କାରେ ୨ ଛୋଟ ପିଲା ସମେତ ୬ଟି ହାତୀଙ୍କର ମୃତ୍ୟୁ ହୋଇଥିଲା
ଟ୍ରେନ୍ର ଜଣେ ବେଡ୍ରୋଲ କର୍ମଚାରୀ ମଧ୍ୟ ପ୍ରାଣ ହରାଇଥିଲେ
୧୪ ଜାନୁଆରୀ ୨୦୧୪
ଭୁବନେଶ୍ୱର ଲିଙ୍ଗରାଜ ଷ୍ଟେସନ୍ରେ କରମଣ୍ଡଳ ଏକ୍ସପ୍ରେସ୍ରେ ଅଗ୍ନିକାଣ୍ଡ ହୋଇଥିଲା
ନିଆଁ ଟ୍ରେନ୍ରେ ବ୍ୟାପିବା ପୂର୍ବରୁ ଲିଭାଇ ଦିଆଯାଇଥିଲା
ଅଗ୍ନିଶମ ବାହିନୀ ଅଳ୍ପ ସମୟ ମଧ୍ୟରେ ନିଆଁ ଲିଭାଇଥିଲେ
୧୮ ଏପ୍ରିଲ ୨୦୧୫
ନିଡାଡାଭୋଲୁ ଜଙ୍କସନ୍ରେ କରମଣ୍ଡଳ ଏକ୍ସପ୍ରେସ୍ରେ ନିଆଁ ଲାଗିଥିଲା
ନିଆଁ ଲାଗିବାରୁ ଟ୍ରେନ୍ର ଦୁଇଟି ବଗି କ୍ଷତିଗ୍ରସ୍ତ ହୋଇଥିଲା
ଦୁର୍ଘଟଣାରେ କୌଣସି ଯାତ୍ରୀଙ୍କ କିଛି କ୍ଷତି ହୋଇନଥିଲା
କରମଣ୍ଡଳ ଏକ୍ସ୍ରପ୍ରେସର କ୍ଷୀପ୍ର ଗତି ଯୋଗୁଁ ଲୋକଙ୍କ ମନରେ ଏହାକୁ ନେଇ ବହୁ ଭୟ ମଧ୍ୟ ରହିଛି । ଆଉ ଶୁକ୍ରବାର ଦୁର୍ଘଟଣା ଅତି ଭୟଙ୍କର ସହ ଅତି ହୃଦୟ ବିଦାରକ । ତେବେ କରମଣ୍ଡଳ ଏକ୍ସପ୍ରେସର କଳା ଇତିହାସରେ ଯେପରି ଆଉ ଫର୍ଦ୍ଦ ଯୋଡ଼ି ନ ହୁଏ ଏଥିପାଇଁ ପ୍ରାର୍ଥନା କରିଛନ୍ତି ଦେଶବାସୀ ।