ଦୁର୍ଘଟଣାର ଦିନ ! ଆଜି ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟି ୮ମୃତ

ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟି ୮ ଜଣଙ୍କର ମୃତ୍ୟୁ ହୋଇଛି ।

615

କନକ ବ୍ୟୁରୋ: ଦୁର୍ଘଟଣା ନେଲା ଜୀବନ । ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟି ୮ ଜଣଙ୍କର ମୃତ୍ୟୁ ହୋଇଛି । ଦିନକୁ ଦିନ ସଡକ ଦୁର୍ଘଟଣା ବଡିବାରେ ଲାଗିଛି । ସଡକ ଦୁର୍ଘଟଣାରେ ଅନେକ ଲୋକଙ୍କ ଜୀବନ ହାନି ହେଉଛି । ସେହିଭଳି ଆଜି ସକାଳୁ ବିଭିନ୍ନ ସ୍ଥାନରୁ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି । ଯେଉଁଥିରେ ୮ ଜଣଙ୍କ ଜୀବନ ଯାଇଛି ।

ସୂଚନା ଅନୁଯାୟୀ, ଅନୁଗୁଳରେ ଅଜଣା ଗାଡି ଧକାରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ସମଲ ଥାନା ଅନ୍ତର୍ଗତ ନାହିକାନାଳ ନିକଟରେ କାରରେ ଯାଉଥିବା ସମୟରେ ଏକ ଅଜଣା ଗାଡି ଧକା ଦେବାକୁ ୩ଜଣଙ୍କର ମୃତ୍ୟୁ ହୋଇଛି । ଏଥିରେ ୨ଜଣ ଗୁରୁତର ଆହତ ମଧ୍ୟ ହୋଇଛନ୍ତି । ଆହତଙ୍କୁ ସ୍ଥାନିୟ ମେଡିକାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପର୍ଣ୍ଣ ଥିବା ଜଣାପଡିଛି । ଠିକ୍ ସେହିପରି ମାଲାକାନଗିରିରେ କଲଭର୍ଟ ତଳକୁ ବାଇକ୍ ଖସିପଡିବାରୁ ୨ ଜଣଙ୍କର ମୃତ୍ୟୁ ହୋଇଛି । କେନ୍ଦୁଝରରେ ଟ୍ରକ ଧକାରେ ଜଣଙ୍କ ଜୀବନ ଯାଇଛି । କୋରାପୁଟ ବ୍ଲକ୍ କେଣ୍ଡାର ପଂଚାୟତରେ ଅଟୋ ବାଇକ୍ ମୁହାଁମୁହିଁ ଧକା ହେବା ଫଳରେ ୨ଜଣଙ୍କର ମୃତ୍ୟୁ ହୋଇଛି । ସଡକ ଦୁର୍ଘଟଣାରେ ଅନେକ ଲୋକଙ୍କ ଜୀବନ ଯାଉଥିଲେ ବି ଲୋକମାନେ ସଚେତନ ହେଉ ନାହାଁନ୍ତି କି ପ୍ରଶାସନ ଏ ଦିଗରେ ଠୋସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି ।