ରାଜ୍ୟରେ ଦୁର୍ଘଟଣାଜନିତ ମୃତ୍ୟୁସଂଖ୍ୟା ୨୭ ପ୍ରତିଶତ ବୃଦ୍ଧି । ଖୋର୍ଦ୍ଧା ଜିଲ୍ଲାରେ ମୋଟ ୨୦ଟି ବ୍ଲାକସ୍ପଟ୍ ଚିହ୍ନଟ, ପଢ଼ନ୍ତୁ କେଉଁ କେଉଁ ସ୍ଥାନରେ ହେଉଛି ଅଧିକ ଦୁର୍ଘଟଣା…

196

କନକ ବ୍ୟୁରୋ: ସଚେତନ, ସତର୍କତା ପରେ ବି ରାଜ୍ୟରେ ବଢ଼ିଛି ଦୁର୍ଘଟଣା । ଗତ ସେପ୍ଟେମ୍ବରରୁ ଅକ୍ଟୋବର ଭିତରେ ଦୁର୍ଘଟଣଜନିତ ମୃତ୍ୟୁ ସଂଖ୍ୟା ୨୭ ପ୍ରତିଶତକୁ ବୃଦ୍ଧି ପାଇଛି । ଏପରିକି କେବଳ ଖୋର୍ଦ୍ଧାରେ ହିଁ ୨୦ଟି ବ୍ଲାକ୍ ସ୍ପଟ୍ ବା ଦୁର୍ଘଟଣା ପ୍ରବଣ ସ୍ଥାନ ଚିହ୍ନଟ ହୋଇଛି । ସେଗୁଡ଼ିକ ମଧ୍ୟରେ ଅଛି, ପତାପଲି, ପାହାଳ, ଆଚାର୍ଯ୍ୟ ବିହାର, ସତସଙ୍ଗ ବିହାର, ହଂସପାଳ ଛକ, ଏଜି ଛକରୁ ରାଜଭବନ, ରାମମନ୍ଦିର ଛକରୁ ମାଷ୍ଟରକ୍ୟାଣ୍ଟିନ୍ , କଳିଙ୍ଗ ବିହାର ଛକ, ତମାଣ୍ଡୋ ଛକ ଭଳି ରହିଛି ୨୦ଟି ଦୁର୍ଘଟଣାପ୍ରବଣ ସ୍ଥାନ ବୋଲି ସୂଚନା ମିଳିଛି ।

ସବୁଠାରୁ ବଡ଼କଥା ହେଲା. ଲକଡାଉନ୍ ସମୟରେ ୬୪ ପ୍ରତିଶତ କମିଥିଲା ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା । କିନ୍ତୁ ହଠାତ୍ ସେପ୍ଟେମ୍ବରରୁ ଅକ୍ଟୋବର ଭିତରେ ରାଜ୍ୟରେ ଦୁର୍ଘଟଣଜନିତ ମୃତ୍ୟୁ ସଂଖ୍ୟା ୨୭ ପ୍ରତିଶତକୁ ବୃଦ୍ଧି ପାଇଛି । ତେବେ ସଡ଼କ ଜନିତ ଦୁର୍ଘଟଣାକୁ ରୋକିବା ନେଇ ଖୋର୍ଦ୍ଧା ଜିଲ୍ଲା ସଂସଦୀୟ କମିଟି ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା ଚାଲିଛି । ଏଥିରେ ବିଜେଡି ସାଂସଦ ଅମର ପଟ୍ଟନାୟକ ଓ ପିନାକୀ ମିଶ୍ର ଯୋଗ ଦେଇଥିଲେ । ବୈଠକରେ ପରିବହନ ବିଭାଗର ଅଧିକାରୀ, ଆରଟିଓ, ମେଡିକାଲ ଷ୍ଟାଫଙ୍କ ସହିତ ବରିଷ୍ଠ ପୋଲିସ ଅଧିକାରୀ ମଧ୍ୟ ଯୋଗ ଦେଇଥିଲେ ।

ବିଶେଷ କରି ସୁପ୍ରିମକୋର୍ଟ ୧୦ ପ୍ରତିଶତ ଦୁର୍ଘଟଣା କମାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ତେଣୁ ସଡକ ସୁରକ୍ଷାକୁ ନେଇ ହୋଇଥିବା ଏହି ବୈଠକରେ ବ୍ଲାକସ୍ପଟ ଚିହ୍ନଟ ସ୍ଥାନଗୁଡିକରେ ବିଶେଷ ବ୍ୟବସ୍ଥା ପାଇଁ ଆଲୋଚନା ହୋଇଛି ।