କନକ ବ୍ୟୁରୋ : ସଂକୀର୍ତନ ମଣ୍ଡଳୀ ଉପରେ ଚଢ଼ିଗଲା କାର । ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଛି । ଗତକାଲି ରାତି ପ୍ରାୟ ୮ଟା ବେଳେ ପୁରୀ ଜିଲ୍ଲା ସାତପଡ଼ା ରେବଣା ନୂଆଗାଁ ରେ ଏହି ଅଭାବନୀୟ ଘଟଣା ଘଟିଛି । ସୂଚନା ଅନୁସାରେ ସଂକୀର୍ତନ ମଣ୍ଡଳୀ ଗାଁରେ ସଂକୀର୍ତନ କରୁଥିଲେ, ଏହି ସମୟରେ ଦ୍ରୁତ ଗତିରେ ଆସି ଏକ କାର ଧକ୍କା ଦେଇଥିଲା । ଧକ୍କା ଦେବା ପରେ କାର୍ଟି ଏକ ବିଦ୍ୟୁତ ଖୁଂଟ ଉପରେ ପିଟି ହୋଇଯାଇଥିଲା । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସଂକୀର୍ତନ ମଣ୍ଡଳୀର ୬ ଜଣ ଗୁରୁତର ହୋଇଛନ୍ତି । ମୃତାହତଙ୍କ ଘର ରେବଣା ନୂଆଗାଁ ଅଂଚଳରେ ବୋଲି ଜଣାପଡିଛି । ଆହତଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି । କାର ଚାଳକ ଓ ମାଲିକକୁ ଗାଁ ଲୋକ ଅଟକ ରଖି ପୁଲିସକୁ ଜିମା ଦେଇଛନ୍ତି । ଘଟଣାସ୍ଥଳରେ ବ୍ରହ୍ମଗିରି ପୁଲିସ ପହଁଚି ତଦନ୍ତ ଆରମ୍ଭ କରିଛି ।
ମିଳିଥିବା ସୂଚନା ମୁତାବକ, ପ୍ରତିଦିନ ଭଳି ରେବଣା ନୂଆଗାଁର କିଛି ମୁରବୀ ଶ୍ରେଣୀର ବ୍ୟକ୍ତି ଆଜି ରାତି ପ୍ରାୟ ୮ଟା ୨୦ରେ ଝାଞ୍ଜ, ମୃଦଙ୍ଗ ସହ ଲଣ୍ଠନ ଧରି ସଂକୀର୍ତ୍ତନ କରି ଗାଁ ପରିକ୍ରମା କରୁଥିଲେ। ଆଜି ଯେହେତୁ ମକର ସଂକ୍ରାନ୍ତି ଥିଲା, ସେଥିପାଇଁ ଅଧିକ ଲୋକ ଜମା ହୋଇଥିଲେ। ଗାଁ ଭିତର ଦେଇ ଯାଇଥିବା ଜାତୀୟ ରାଜପଥ କଡ଼ରେ ବାମପାର୍ଶ୍ବରେ ଏମାନେ ସଂକୀର୍ତ୍ତନ କରି ଯିବାବେଳେ ସାତପଡ଼ାରୁ ପିକନିକ୍ ସାରି ଫେରୁଥିବା ଓଡି-୧୩ସି-୬୨୨୬ ଏର୍ଟିଗା ଗାଡ଼ି ପଛପାର୍ଶ୍ବରୁ ସମସ୍ତଙ୍କ ଉପରେ ମାଡ଼ି ଯାଇଥିଲା । ଏଥିରେ ରେବଣା ନୂଆଗାଁର ଜଗନ୍ନାଥ ସାହୁ, ଦୁଃଖୀଶ୍ୟାମ ମିସ୍ତ୍ରୀ, ଗଗନ ମିସ୍ତ୍ରୀ, ପ୍ରତାପ ଚନ୍ଦ୍ର ବାରିକ ଓ କୃଷ୍ଣ ଚନ୍ଦ୍ର ମିସ୍ତ୍ରୀ ଗୁରୁତର ହୋଇଥିଲା। ସମସ୍ତଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । କାହାର ହାତ ତ କାହାର ଗୋଡ଼ ଭାଙ୍ଗିଯାଇଥିଲା । କିଛି କ୍ଷଣ ଭିତରେ ଦୁର୍ଘଟଣାସ୍ଥଳ ରକ୍ତରଂଜିତ ହୋଇଯାଇଥିଲା । ପରେ ଆମ୍ବୁଲାନ୍ସ ଯୋଗେ ଗୁରୁତରଙ୍କୁ ରେବଣା ନୂଆଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଜଗନ୍ନାଥ ସାହୁଙ୍କର ମୃତ୍ୟୁ ହୋଇଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/01/puri-car-crash.jpg)