ସିଗନାଲ ଓଭରସୁଟିଂରୁ ଦୁଇ ଟ୍ରେନ୍ ଭିତରେ ଦୁର୍ଘଟଣା । ଦୁଇଟି ବଗି ସହ ଗୋଟିଏ ଟ୍ରେନର ଇଞ୍ଜିନ ଲାଇନଚ୍ୟୁତ୍ । ଏକାଧିକ ଲୋକ ଆହତ ସୂଚନା ।

428

କନକ ବ୍ୟୁରୋ: ବିଶାଖାପାଟଣା-ପଲାସାକୁ ଧକ୍କା ଦେଲା ବିଶାଖାପଟାଣା-ରାୟଗଡା ଟ୍ରେନ୍ । ରବିବାର ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଆଲମଣ୍ଡା-କାଣ୍ଟାକାପାଲିରେ ଏହି ଦୁର୍ଘଟଣା ଘଟିଛି । ତେବେ ମିଳିଥିବା ସୂଚନା ମୁତାବକ, ଏହି ଟ୍ରେନ୍ ଦୁର୍ଘଟଣା ପଛରେ ମନୁଷ୍ୟକୃତ ଭୁଲ, ସିଗନାଲ ଓଭରସୁଟିଂ ହିଁ ମୁଖ୍ୟ କାରଣ ବୋଲି ପ୍ରାଥମିକ ଭାବେ ସୂଚନା ଦିଆଯାଇଛି ।

ଏହି ଦୁର୍ଘଟଣାରେ ବିଶାଖାପାଟଣା-ପଲାସାର ଦୁଇଟି ବଗି ସହିତ ବିଶାଖାପାଟଣା-ରାୟଗଡାର ଇଞ୍ଜିନ ଲାଇନଚ୍ୟୁତ ହୋଇଛି । ତେବେ ଘଟଣାସ୍ଥଳରେ ରେସ୍କ୍ୟୁ ଅପରେସନ୍ ଆରମ୍ଭ ହୋଇଥିବାବେଳେ, ଲୋକମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ଭୁବନେଶ୍ୱରରୁ ମଧ୍ୟ ଗୋଟିଏ ରେସ୍କ୍ୟୁ ଟିମ୍ ବାହାରିସାରିଛି । ବିଶାଖାପାଟଣା ଅଭିମୁଖ ଗୋଟିଏ ଟିମ୍ ଏବଂ ବିଜୟନଗରମକୁ ଗୋଟିଏ ଟିମ୍ ପଠାଯାଇଛି । ସେପଟେ ଏହି ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ।