କେନ୍ଦୁଝରର ଷଠିଘରରେ ଦୁର୍ଘଟଣା : ଶୋଇଥିବାବେଳେ ଘର ଭିତରେ ପଶିଗଲା ମାଲବାହୀ ଟ୍ରକ; କାନ୍ଥପଡି ମା ଓ ଝିଅ ଗୁରୁତର

121

କନକ ବ୍ୟୁରୋ : ଘର ଉପରକୁ ମାଡ଼ିଗଲା ମାଲବାହି ଟ୍ରକ୍ । ମା’ ଓ ଝିଅ ଗୁରୁତର । କେନ୍ଦୁଝର ଟାଉନ ଥାନା ସଠିଘର ସାହିରେ ବିଳମ୍ବିତ ରାତିରେ ଗୋଟିଏ ମାଲବାହୀ ଟ୍ରକ୍ ଭାରସାମ୍ୟ ହରାଇ ରାସ୍ତା ପାଶ୍ୱର୍କୁ ଓଲଟି ପଡ଼ିଥିଲା । କିନ୍ତୁ ବିଡ଼ମ୍ବନାର ବିଷୟ ଟ୍ରକଟି ଓଲଟି ରାସ୍ତା ପାଖରେ ଥିବା ଏକ ଘର ଉପରେ ପଡ଼ିଥିଲା । ଘର ଭିତରେ ଶୋଇଥିବା ମା’ ଓ ଝିଅ ଉପରେ କାନ୍ଥ ପଡ଼ିଯିବାରୁ ଉଭୟ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଛନ୍ତି । ଘଟଣା ସ୍ଥଳରେ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।