ରାଉରକେଲା ତାମଡ଼ା ଘାଟିରେ ଦୁର୍ଘଟଣା । ପାହାଡ଼ରେ ପିଟିହେଲା ସରକାରୀ ବସ । ସେପଟେ ଟ୍ରାକ୍ଟର-କାର ଧକ୍କାରେ ଗଲା ୪ ଜୀବନ, ୨ ଗୁରୁତର । 

ମିଳିଲା ମୃତକଙ୍କ ପରିଚୟ

482

କନକ ବ୍ୟୁରୋ: ଆଜି ସକାଳୁ ରାଜ୍ୟରେ ଦୁର୍ଘଟଣା ପରେ ଦୁର୍ଘଟଣାର ଖବର ସାମ୍ନାକୁ ଆସୁଛି । ରାଉରକେଲା ତାମଡା ଘାଟିରେ ଦୁର୍ଘଟଣା ଘଟିଛି । ପାହାଡରେ ପିଟିହେଲା ସରକାରୀ ବସ୍ । ଫଳରେ ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି ।

ନୂଆପଡ଼ା ଖଡ଼ିଆଳ ଲଛିପୁର ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରାକ୍ଟରକୁ ଧକ୍କା ଦେଲା କାର, ଘଟଣା ସ୍ଥଳରେ ୪ଜଣଙ୍କ ମୃତ୍ୟୁ । ଗୁରୁତର ଅବସ୍ଥାରେ ଦୁଇ ଜଣଙ୍କୁ ମେଡ଼ିକାଲରେ ଭର୍ତି କରାଯାଇଛି । ଖଡ଼ିଆଳ ଭବାନୀପାଟଣା ରାଜ୍ୟ ରାଜପଥ ଲଛିପୁର ଠାରେ ଏହି ଦୁର୍ଘଟଣା ଘଟିଛି । ବିଳମ୍ବିତ ରାତିରେ ୬ଜଣ ସାଙ୍ଗ ଜନ୍ମ ଦିନ କାର୍ଯ୍ୟକ୍ରମରେ ଯୋଗ ଦେଇ କାର ଯୋଗେ ଫେରୁଥିବା ବେଳେ ଲଛିପୁର ଠାରେ ଏକ ଟ୍ରାକ୍ଟରକୁ ପଛପଟୁ ଧକ୍କା ଦେଇଥିଲେ । ଫଳରେ ଘଟଣା ସ୍ଥଳରେ ହିଁ ୪ଜଣଙ୍କର ମୃତ୍ୟୁ ଘଟିଛି, ମୃତକ ୪ଜଣ ଖଡ଼ିଆଳ ଅଂଚଳର ଋଷି ସାହୁ, ଶୁଭମ୍ ମହାଉତି, ବଂଟି ଲାଲ ଓ ଦେବରାଜ ପଟେଲ ବୋଲି ଜଣାପଡିଛି । ଦୁଇ ଜଣ ଗୁରୁତରଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତି କରାଯାଇଛି । ଦୁର୍ଘଟଣା ପରେ ଟ୍ରାକ୍ଟର ଡ୍ରାଇଭର ଫେରାର ହୋଇଛି । ଖଡ଼ିଆ ପୋଲିସ ଘଟଣା ସ୍ଥଳରେ ପହଁଚି ତଦ