ବୌଦ୍ଧ-କନ୍ଧମାଳ ସୀମାନ୍ତ ରାଣୀପଥର ଘାଟିରେ ଦୁର୍ଘଟଣା । ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା,୩୦ରୁ ଅଧିକ ଯାତ୍ରୀ ଗୁରୁତର ।

454

କନକ ବ୍ୟୁରୋ: ବୌଦ୍ଧ-କନ୍ଧମାଳ ସୀମାନ୍ତ ରାଣୀପଥର ଘାଟିରେ ବଡ଼ ଦୁର୍ଘଟଣା । ବସ-ଟ୍ରକ୍ ମୁହାଁମୁହିଁ ଧକ୍କା । ୩୦ରୁ ଅଧିକ ଯାତ୍ରୀ ଗୁରୁତର ହୋଇଥିବା ବେଳେ ୩ ଜଣ ଯାତ୍ରୀ ଫସି ରହିଥିବା ସୂଚନା । ଘଟଣାସ୍ଥଳରେ ପହଁଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ଅଗ୍ନିଶମ ବାହିନୀ । ବୌଦ୍ଧରୁ ଫୁଲବାଣୀ ଯିବା ସମୟରେ ଦୁର୍ଘଟଣାର ଶିକାର ହୋଇଛି ଖମ୍ବେଶ୍ୱରୀ ବସ୍ । ଟ୍ରକ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ସୀମା ବିବାଦ ପାଇଁ ଘଟଣାସ୍ଥଳରେ ପହଞ୍ଚିନି ପୋଲିସ ।