ମର୍ଣ୍ଣିଂୱାକ୍ ବେଳେ ଚଢ଼ିଗଲା ଅଜଣା ଗାଡ଼ି । ନୟାଗଡ଼ରେ ଦୁର୍ଘଟଣାରେ ୨ ମହିଳାଙ୍କ ମୃତ୍ୟୁ, ଜଣେ ଗୁରୁତର ।

ମର୍ଣ୍ଣିଂୱାକ୍ ବେଳେ ଚଢ଼ିଗଲା ଅଜଣା ଗାଡ଼ି । ନୟାଗଡ଼ରେ ଦୁର୍ଘଟଣାରେ ୨ ମହିଳାଙ୍କ ମୃତ୍ୟୁ, ଜଣେ ଗୁରୁତର ।

କନକ ବ୍ୟୁରୋ : ନୟାଗଡ଼ରେ ସଡ଼କ ଦୁର୍ଘଟଣା । ମର୍ଣ୍ଣିଂ ୱାକ୍ ବେଳେ ମାଡିଗଲା ଅଜଣା ଗାଡି । ଦୁର୍ଘଟଣାରେ ଦୁଇ ମହିଳାଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଗୁରୁତରଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ୫୭ ନମ୍ବର ଜାତୀୟ ରାଜପଥ ସମ୍ପଡ଼ା ନିକଟରେ ଏହି ଦୁର୍ଘଟଣା ଘଟିଛି । ମୃତକ ହେଲେ ଟିକିନା ପ୍ରଧାନ ଓ ମାନସୀ ମର୍ଥା । ଗୁରୁତର ମହିଳା ହେଉଛନ୍ତି ସୁରବାଳା ପରିଡ଼ା । ଗାଡି ନେଇ ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ପୋଲିସ ଘଟଣାର ତଦନ୍ତ କରୁଛି ।

ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ମର୍ଣ୍ଣଂ ୱାକରେ ଯାଇଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଯେଉଁଥିରେ ଦୁଇ ଜଣ ମହିଳା ପ୍ରାଣ ହରାଇଥିବା ବେଳେ ଜଣେ ମହିଳା ଗୁରୁତର ଭାବେ ଆହତ ହୋଇଛନ୍ତି । ତେବେ ଦୁର୍ଘଟଣା ଘଟାଇବା ପରେ ଘଟଣାସ୍ଥଳରୁ ଗାଡି ନେଇ ଫେରାର ହୋଇଯାଇଛି ସମ୍ପୃକ୍ତ ଗାଡିର ଡ୍ରାଇଭର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe