କନକ ବ୍ୟୁରୋ: ଅସ୍ତରଙ୍ଗ କାକଟପୁର ନିକଟ ଜଗନ୍ନାଥପୁରଠାରେ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି ପାନ ବୋଝେଇ ପିକ୍ଅପ୍ ଭ୍ୟାନ୍ । ଏଥିରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ହୋଇଛନ୍ତି । ୧୦ରୁ ଅଧିକ ଆହତ ହୋଇଛନ୍ତି । ସମସ୍ତଙ୍କୁ ଚକିତ୍ସା ପାଇଁ ଚାରିଛକ ମେଡିକାଲରେ ଭର୍ତି କରାଯାଇଛି । ଛତିଆନା ଗାଁର ୧୮ ଜଣ ପାନଚାଷୀ ଏକ ପିକଅପ୍ ଭ୍ୟାନରେ ପାନବୋଝେଇ ଝୁଡ଼ି ସହ ନୟାହାଟ ପାନହାଟକୁ ବିକ୍ରି କରିବାକୁ ଯାଉଥିଲେ । ଏହି ସମୟରେ ଭାରସାମ୍ୟ ହରାଇ ପିକଅପ୍ ଭ୍ୟାନଟି ଓଲଟି ପଡ଼ିଥିଲା । ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ମେଡିକାଲକୁ ନେଇଥିଲେ ।
କାକଟପୁର ଜଗନ୍ନାଥପୁରରେ ଦୁର୍ଘଟଣା । ଓଲଟିଲା ପାନ ବୋଝେଇ ପିକ୍ ଅପ ଭ୍ୟାନ । ୨ ମୃତ, ୫ଗୁରୁତର ମେଡିକାଲରେ ଭର୍ତ୍ତି ।
/kanak/media/post_attachments/wp-content/uploads/2024/06/Screen-Shot-2024-06-14-at-8.38.22-AM.png)