ଗଞ୍ଜାମ କଲେଜଛକ ନିକଟରେ ଦୁର୍ଘଟଣା । ବାଇକ ଆରୋହୀ ମୃତ ।

174

କନକ ବ୍ୟୁରୋ: ଗଞ୍ଜାମ ଜିଲ୍ଲା କୋଟିନଡା ଥାନା କଲେଜଛକ ସୂତାକଳ ନିକଟରେ ବାଇକ ଦୁର୍ଘଟଣାରେ ଜଣେ ଯୁବକ ମୃତ । ମୃତ ଯୁବକ ହରିଡ଼ାପଦର ପଞ୍ଚାୟତ ମାଗୁରା ଗ୍ରାମର ବାଦଲ ନାୟକ ହୋଇଥିବା ଜଣାପଡିଛି । ବାଦଲ ନିଜ ବାଇକ ଯୋଗେ ଗାଁଁକୁ ଫେରିବା ସମୟରେ ସୂତାକଳ ନିକଟରେ ବାଇକଟି ଭାରସମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଫଳରେ ବଦଳଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ଖବରପାଇ କୋଟିନଡ଼ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବାଦଲଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଆସିକା ଉପଖଣ୍ଡ ଚିକିତ୍ସାଳୟ ରେ ଭର୍ତ୍ତି କରିଥିଲେ । ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।