କନକ ବ୍ୟୁରୋ : ଭୁବନେଶ୍ୱର ୧୬ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ପାତ୍ରପଡା ଡିଏନ୍ ରେଗାଲିଆ ନିକଟରେ ହାଇୱା ପଛରେ କାର ପିଟି ହୋଇଛି । କାରଟି ଏତେ ଜୋରରେ ପିଟି ହୋଇଛି ଯେ ହାଇୱା ଭିତରେ ପଶି ଯାଇଛି । କାରରେ ଥିବା ୩ ଜଣ ଯୁବକ ଗୁରୁତର ହୋଇଛନ୍ତି । ସେମାନଙ୍କ ପରିଚୟ ମିଳିପାରିନାହିଁ । ମିଳିଥିବା ସୂଚନା ଅନୁସାରେ, ଖୋର୍ଦ୍ଧା ପଟୁ ଆସୁଥିବା ଏକ ହାଇୱା ରାସ୍ତା କଡରେ ଅଟକି ରହିଥିଲା । ସମାନ ଦିଗରୁ ଦ୍ରୁତ ଗତିରେ ଆସୁଥିବା ଏକ କାର ହାଇୱାରେ ପିଟି ହୋଇ ହାଇୱା ଭିତରେ ପଶି ଯାଇଛି । କାରରେ ଥିବା ୩ ଜଣଙ୍କ ଅବସ୍ଥା ଅତି ଗୁରୁତର ରହିଛି । ତମାଣ୍ଡୋ ଥାନା ପୁଲିସ ଓ ଅଗ୍ନିଶମ ବାହିନୀ ପହଂଚି ଗ୍ୟାସ୍ କଟରରେ ଗାଡିକୁ କାଟି ଯୁବକଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତି କରିଛନ୍ତି । ରାତି ପ୍ରାୟ ସାଢେ ଗୋଟାଏ ବେଳେ ଏଭଳି ଦୁର୍ଘଟଣା ଘଟି ଯାଇଛି ।

Advertisment