ସୋମବାର ପ୍ରତ୍ୟୁଷର ଘନ କୁହୁଡ଼ି ଯୋଗୁଁ ହରିୟାଣାର ରୋହତକ୍-ରେଓ୍ଵାରି ରାଜପଥରେ ୫୦ଟି ଗାଡ଼ି ପରସ୍ପର ମଧ୍ୟରେ ଧକ୍କା ଖାଇବା ଯୋଗୁଁ ଗୋଟିଏ ପରିବାରର ସାତ ଜଣ ଲୋକଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ୟ ୧୨ ଜଣ ଆହତ ହୋଇଛନ୍ତି। ୭୧ ଜାତୀୟ ରାଜପଥ ଅନ୍ତର୍ଗତ ବଦଲି ଫ୍ଲଏଓଭର୍ ଉପରେ ଦୁଇଟି ଗାଡ଼ି ପରସ୍ପର ସହ ଧକ୍କା ଖାଇବା ପରେ ଅନ୍ୟ ଗାଡ଼ି ସବୁ ଧକ୍କା ଖାଇଥିଲେ। ପରେ ପରେ ପୁଣି ୧୦ଟି ଗାଡ଼ି ମଧ୍ୟ ପରସ୍ପର ସହ ଧକ୍କା ଲାଗିବାରୁ କିଛି ଲୋକ ଆହତ ହୋଇଥିଲେ।

Advertisment

publive-image

ଘନ କୁହୁଡ଼ି ଘୋଟି ଥିବାରୁ ରାସ୍ତାଘାଟ ଦେଖା ନ ଯିବା ଫଳରେ ଦୁର୍ଘଟଣା ଘଟିଥିବା କୁହାଯାଉଛି। ମୃତ ବ୍ୟକ୍ତିମାନେ ଝାଜ୍ଜାର ଅଞ୍ଚଳର କିଦ୍ରୋତ ଗାଁ’ର ବାସିନ୍ଦା। ସେମାନଙ୍କ ମଧ୍ୟରୁ ୬ ଜଣ ମହିଳା। ଜଣେ ଆତ୍ମୀୟଙ୍କର ଅନ୍ତ୍ୟେଷ୍ଟିରେ ଯୋଗ ଦେବାକୁ ସେମାନେ ଗୋଟାଏ ଜିପ୍ ଯୋଗେ ଦିଲ୍ଲୀର ନଜାଫଗଡ଼ ଯାଉଥିଲେ। ସେ ରାସ୍ତାରେ ଗୋଟାଏ ସ୍କୁଲ୍ ବସ୍ ମଧ୍ୟ ଦୁର୍ଘଟନା ଗ୍ରସ୍ତ ହୋଇଥିଲା ଏବଂ ସେଥିଯୋଗୁଁ ୨ କିଲୋମିଟର ଯାଏଁ ଟ୍ରାଫିକ୍ ଜାମ୍ ହୋଇଥିଲା। କିନ୍ତୁ କେହି ମୃତାହତ ହୋଇ ନାହାନ୍ତି। ଦୁର୍ଘଟନାରେ ଆହତ ବିଭିନ୍ନ ଲୋକଙ୍କୁ ରୋହତକ ଠାରେ ଥିବା ପଣ୍ଡିତ ବିଡି ଶର୍ମା ପୋଷ୍ଟ୍ ଗ୍ରାଜୁଏଟ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍କୁ ପଠାଯାଇଛି।

publive-image