କନକ ବ୍ୟୁରୋ : ସଡକ ଦୁର୍ଘଟଣାରେ ଚାଲିଗଲା ଗୋଟିଏ ପରିବାରର ୩ ଜୀବନ । ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତିରେ ଢେଙ୍କାନାଳରେ ଗୋଟିଏ କାର ଦୁର୍ଘଟଣାଗ୍ରସ୍ତ ହେବାରୁ ଘଟଣାସ୍ଥଳରେ ଚାଲିଗଲା ୩ ଜଣଙ୍କ ଜୀବନ । ମୃତ ବ୍ୟକ୍ତିମାନେ ହେଲେ ୭୫ ବର୍ଷିୟ ଉପେନ୍ଦ୍ରନାଥ ଜେନା, ପତ୍ନୀ ୭୦ ବର୍ଷୀୟ ପ୍ରଫୁଲ୍ଲା ଓ ବୋହୂ ୩୭ ବର୍ଷୀୟ ପଙ୍କଜିନୀ । ଶ୍ୱଶୁର ଓ ବୋହୂ ଚିକିତ୍ସାଧୀନ ଅବସ୍ଥାରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଣ ହରାଇଥିଲେ । ଅଧିକ ଚିକିତ୍ସା ପାଇଁ ତେବେ ପ୍ରଫୁଲ୍ଲଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ପଠାଯାଇଥିଲା । ହେଲେ ସେଠାରେ ହିଁ ପ୍ରଫୁଲ୍ଲ ପ୍ରାଣ ତ୍ୟାଗ କରିଥିବା ସୂଚନା ମିଳିଥିଲା ।।
/kanak/media/post_attachments/wp-content/uploads/2019/05/IMG-20190511-WA0003.jpg)