ରାସ୍ତା ଉପରେ ହୁ ହୁ ହୋଇ ଜଳୁଥିଲା ଏସି ବସ୍ । ଆଉ ଡ୍ରାଇଭର ମିନେରାଲ ୱାଟରରେ ନିଆଁ ଲିଭାଇବାକୁ ପ୍ରୟାସ କରୁଥିଲେ । ଏଭଳି ଘଟଣା ଝାଡଖଣ୍ଡର ରାମଗଡ ଜିଲ୍ଳାରେ ଦେଖିବାକୁ ମିଳିଛି ।ଝାଡଖଣ୍ଡ ରାମଗଡ ଜିଲ୍ଲାର ଜାତୀୟ ରାଜପଥରେ ରାଞ୍ଚିରୁ ପାଟନାକୁ ଆସୁଥିବା ଯାତ୍ରୀବାହୀ ବସରେ ହଠାତ୍ ନିଆଁ ଲାଗିଯାଇଥିଲା । ନିଆଁ ଲାଗିବାର କାରଣ ଜାଣିବା ପୂର୍ବରୁ ବସଟି ହୁତ ହୁତ ହୋଇ ଜଳିଯାଇଥିଲା । ଚାହୁଁ ଚାହୁଁ ବସଟି କିଛି ସମୟ ମଧ୍ୟରେ ସ୍ୱାହା ହୋଇଯାଇଥିଲା ।
ବସଟି ପୂରା ଜଳିବା ପୂର୍ବରୁ ଏଥିରେ ଥିବା ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା । ଯାତ୍ରୀଙ୍କର କୌଣସି ପ୍ରକାର କ୍ଷତି ହୋଇନଥିଲା । ଜାତୀୟ ରାଜପଥରେ ବସଟି ଚାଲୁଥିବା ବେଳେ ହଠାତ୍ ଏହାର ଟାୟାର ଫାଟି ଯାଇଥିଲା । ଯେଉଁ କାରଣରୁ ଟାୟରରେ ପ୍ରଥମେ ନିଆଁ ଲାଗିଥିଲା । ଧୀରେ ଧୀରେ ଏହି ନିଆଁ ପୂରା ବସକୁ ପରିବ୍ୟାପ୍ତ ହୋଇଥିଲା । ତେବେ ଟାୟାରରେ ନିଆଁ ଲାଗିବା ପରେ ଡ୍ରାଇଭର ନିଆଁ ଲିଭାଇବାକୁ ପ୍ରୟାସ କରିଥିଲେ ତାହା ବି ମିନେରାଲ ୱାଟରରେ । ଗାଡିରେ ଥିବା ମିନେରାଲ ୱାଟରରେ ନିଆଁ ଲିଭାଇବାକୁ ପ୍ରୟାସ କରିଥିଲେ ମଧ୍ୟ ଏଥିରେ ସଫଳ ହୋଇନଥିଲେ ଡ୍ରାଇଭର । ବସଟି ଜଳୁଥିବା ଦେଖି ସ୍ଥାନୀୟ ବାସିନ୍ଦା ନିଆଁ ଲିଭାଇବାକୁ ପ୍ରୟାସ କରିଥିଲେ ମଧ୍ୟ ଏଥିରେ ସଫଳ ହୋଇନଥିଲେ । ନିଆଁ ଲିଭାଇବାକୁ ଦମକଳ ବାହିନୀକୁ ଫୋନ କରିଥିଲେ ମଧ୍ୟ ପ୍ରାୟ ଦେଢ ଘଣ୍ଟା ପରେ ଦମକଳ ବାହିନୀ ପହଞ୍ଚଥିଲା । ସେତେବେଳକୁ ବସଟି ଜଳି ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇ ସାରିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/10/fire-jharkhand_650x400_61509258987.jpg)