ଗଣମାଧ୍ୟମ ଷ୍ଟିଙ୍ଗ୍ ଅପରେସନ୍ ରେ ଜେଏନୟୁ ହିଂସାର ପ୍ରମାଣ ! ହିଂସାରେ ସାମିଲ୍ ଥିଲେ କି ଏବିଭିପି ଛାତ୍ର ? ଆକ୍ରମଣକାରୀ ଯୁବକଙ୍କ ସହ ପ୍ରେମୀଯୁଗଳ ହୋଇ ବାହାରକୁ ଆସିଥିଲେ ଚେକ୍ ସାର୍ଟ ପିନ୍ଧା ଯୁବତୀ ।

254

ଗତ ୫ ଜାନୁଆରୀରେ ଜେଏନୟୁ ହଷ୍ଟେଲରେ ଘଟିଥିବା ହିଂସା ମାମଲାରେ ଦିଲ୍ଲୀ ପୋଲିସ୍ ୯ ଜଣ ସଂନ୍ଦିଗ୍ଧଙ୍କ ନାଁ ଗଣମାଧ୍ୟମ ସାମ୍ନାରେ ରଖିଛି । ନ୍ୟୁଜ୍ ଚ୍ୟାନେଲ୍ ଇଣ୍ଡିଆ ଟୁଡେର ଷ୍ଟିଙ୍ଗ୍ ଅପରେସନ୍ ରୁ ପ୍ରମାଣ ମିଳିଛି ଯେ ସାବରମତି ହଷ୍ଟେଲରେ ମୁଖାପିନ୍ଧି ଆତଙ୍କ ଚଳାଇଥିବା ସଂନ୍ଦିଗ୍ଧ ହେଉଛନ୍ତି ଏବିଭିପିର ସଦସ୍ୟ ! ଏହି ଆକ୍ରମଣରେ ୩୫ ଜଣ ଆହତ ହୋଇଥିଲେ । ଜେଏନୟୁଏସୟୁର ଅଧ୍ୟକ୍ଷ ଆଇସି ଘୋଷ୍ ବି ଏହି ଆକ୍ରମଣରେ ଆହତ ହୋଇଥିଲେ । ତେବେ ଏବିଭିପି ପକ୍ଷରୁ ଏହି ଅଭିଯୋଗ ମିଥ୍ୟା ବୋଲି କୁହାଯାଉଛି । ଚ୍ୟାନେଲରେ ଯେଉଁ ଭିଡିଓ ଦେଖାଯାଉଛି ତାହା ଏବିଭିପିର ସଦସ୍ୟ ନଥିବା କଥା କହୁଛି ଦଳ ।

ଷ୍ଟିଙ୍ଗ୍ ଅପରେସନ୍ ରେ କିଛି ଛାତ୍ର ସାବରମତି ହଷ୍ଟେଲ ଆକ୍ରମଣରେ ସାମିଲ୍ ଥିବା କଥା ସ୍ୱୀକାର କରୁଛନ୍ତି । ଗୋଟିଏ ଭିଡିଓରେ ଜଣେ ସଂନ୍ଦିଗ୍ଧ ମୁଖାପିନ୍ଧା ଗ୍ରୁପରେ ୨୦ ଜଣ ଏବଂ ଏବିଭିପି ସଦସ୍ୟ ସାମିଲ୍ ଥିବା କଥା କହୁଛି ! ବାମପନ୍ଥୀ ଛାତ୍ରଦଳ ସହ ସଂପୃକ୍ତ ଥିବା ଜଣେ ଛାତ୍ର ଉପରେ ମଧ୍ୟ ଅପରେସନ୍ କରାଯାଇଥିଲା । ଜେଏନୟୁଏସୟୁର ପୂର୍ବ ପଦାଧିକାରୀ ମଧ୍ୟ ଏକ ଭିଡିଓରେ ଏହି କଥା ସ୍ୱୀକାର କରିଛନ୍ତି ଯେ ସେ ଇନଫର୍ମମେସନ୍ ସେଣ୍ଟରକୁ ସେଦିନ ବନ୍ଦ କରିଥିଲେ । ତେବେ ଏନେଇ ଦିଲ୍ଲୀ ପୋଲିସ୍ ସଂନ୍ଦିଗ୍ଧଙ୍କୁ ଜବାବ୍ ମାଗିଛି । ଅକ୍ଷତ୍ ଅବସ୍ତୀ ନାମକ ଜଣେ ଏବିଭିପି କାର୍ଯ୍ୟକର୍ତ୍ତା ମଧ୍ୟ ଏଥିରେ ସାମିଲ୍ ଥିବା କଥା ଭିଡିଓରେ ସ୍ୱୀକାର କରିଛନ୍ତି ! ଷ୍ଟିଙ୍ଗ୍ ଦେଖିବା ପରେ ଏବେ ଦିଲ୍ଲୀ ପୋଲିସ୍ ଏହାକୁ ନିଜ ଅପରେସନ୍ ରେ ସାମିଲ୍ କରିଥିବା କଥା କହିଛି ।

ଷ୍ଟିଙ୍ଗ୍ ଅପରେସନ୍ ରେ ଚେକ୍ ସାର୍ଟ ପିନ୍ଧା ଯୁବତୀଙ୍କ ରହସ୍ୟରୁ ଉଠିଲା ପରଦା :

ଜେଏନୟୁ ହିଂସା ସମୟରେ ସୋସିଆଲ୍ ମିଡିଆରେ ଏକ ଫଟୋ ଖୁବ୍ ଭାଇରାଲ୍ ହୋଇଥିଲା ଯେଉଁଥିରେ ୩ ଜଣ ମୁଖାପିନ୍ଧା ଯୁବକ ଏବଂ ଯୁବତୀ ନଜର ଆସିଥିଲେ । ଏହି ଫଟୋର ଖାସ୍ କଥା ହେଉଛି ଫଟୋରେ ୨ ଯୁବକଙ୍କ ସହ ଜଣେ ଯୁବତୀ ଥିଲେ ଯାହାଙ୍କ ହାତରେ ବାଡି ଥିଲା । ଯୁବକଙ୍କ ଭଳି ଏହି ଯୁବତୀ ଜଣକ ମୁହଁରେ ମୁଖା ପିନ୍ଧିଥିଲେ । ତେବେ ଅକ୍ଷତ୍ ଅବସ୍ତୀ ଷ୍ଟିଙ୍ଗ୍ ଅପରେସନ୍ ରେ ଯୁବତୀଙ୍କୁ ନେଇ କିଛି କଥା କହିଥିଲେ । ସେ କହିଥିଲେ ସେ ଚେକ୍ ସାର୍ଟ ପିନ୍ଧା ଯୁବତୀଙ୍କ ସହ ପ୍ରେମୀଯୁଗଳ ହୋଇ ବାହାରକୁ ବାହାରିଥିଲେ ଯେଭଳି ତାଙ୍କୁ କେହି ସନ୍ଦେହ ନ କରିବେ । ଅକ୍ଷତ୍ ଯେତେବେଳେ ମେସ୍ ଭିତରକୁ ଗଲେ ଚେକ୍ ସାର୍ଟ ପିନ୍ଧିଥିବା ଝିଅଟି ଲୁଚିଥିବା ଦେଖିଥିଲେ । ଅକ୍ଷତ୍ ବାମପନ୍ଥୀ ଦଳରୁ ଆସିଥିବା କଥା ଯୁବତୀ ସନ୍ଦେହ କରୁଥିଲେ । ଅକ୍ଷତ୍ ସେତେବେଳେ ଯୁବତୀଙ୍କୁ ତାଙ୍କ ସହ ଥିବା କଥା କହି ହେଲମେଟ୍ କାଢି ବାହାରକୁ ଆସିଥିଲେ ଏବଂ ଯୁବତୀଙ୍କ କାନ୍ଧ ଉପରେ ହାତ ରଖିଥିଲେ । ଏଭଳି କରିବା ଦ୍ୱାରା ଦୁହେଁ ପ୍ରେମୀଯୁଗଳ ଦେଖାଯିବେ ଏବଂ କେହି ତାଙ୍କୁ ସନ୍ଦେହ ନ କରିବା କଥା କହିଥିଲେ ଅକ୍ଷତ୍ ।

ସୌଜନ୍ୟ : ନ୍ୟୁଜ୍ ୧୮

Comments are closed.