ଗତ ୫ ଜାନୁଆରୀରେ ଜେଏନୟୁ ହଷ୍ଟେଲରେ ଘଟିଥିବା ହିଂସା ମାମଲାରେ ଦିଲ୍ଲୀ ପୋଲିସ୍ ୯ ଜଣ ସଂନ୍ଦିଗ୍ଧଙ୍କ ନାଁ ଗଣମାଧ୍ୟମ ସାମ୍ନାରେ ରଖିଛି । ନ୍ୟୁଜ୍ ଚ୍ୟାନେଲ୍ ଇଣ୍ଡିଆ ଟୁଡେର ଷ୍ଟିଙ୍ଗ୍ ଅପରେସନ୍ ରୁ ପ୍ରମାଣ ମିଳିଛି ଯେ ସାବରମତି ହଷ୍ଟେଲରେ ମୁଖାପିନ୍ଧି ଆତଙ୍କ ଚଳାଇଥିବା ସଂନ୍ଦିଗ୍ଧ ହେଉଛନ୍ତି ଏବିଭିପିର ସଦସ୍ୟ ! ଏହି ଆକ୍ରମଣରେ ୩୫ ଜଣ ଆହତ ହୋଇଥିଲେ । ଜେଏନୟୁଏସୟୁର ଅଧ୍ୟକ୍ଷ ଆଇସି ଘୋଷ୍ ବି ଏହି ଆକ୍ରମଣରେ ଆହତ ହୋଇଥିଲେ । ତେବେ ଏବିଭିପି ପକ୍ଷରୁ ଏହି ଅଭିଯୋଗ ମିଥ୍ୟା ବୋଲି କୁହାଯାଉଛି । ଚ୍ୟାନେଲରେ ଯେଉଁ ଭିଡିଓ ଦେଖାଯାଉଛି ତାହା ଏବିଭିପିର ସଦସ୍ୟ ନଥିବା କଥା କହୁଛି ଦଳ ।/kanak/media/post_attachments/wp-content/uploads/2020/01/akshat_avasthi_1578661694_618x347-300x168.jpeg)
ଷ୍ଟିଙ୍ଗ୍ ଅପରେସନ୍ ରେ କିଛି ଛାତ୍ର ସାବରମତି ହଷ୍ଟେଲ ଆକ୍ରମଣରେ ସାମିଲ୍ ଥିବା କଥା ସ୍ୱୀକାର କରୁଛନ୍ତି । ଗୋଟିଏ ଭିଡିଓରେ ଜଣେ ସଂନ୍ଦିଗ୍ଧ ମୁଖାପିନ୍ଧା ଗ୍ରୁପରେ ୨୦ ଜଣ ଏବଂ ଏବିଭିପି ସଦସ୍ୟ ସାମିଲ୍ ଥିବା କଥା କହୁଛି ! ବାମପନ୍ଥୀ ଛାତ୍ରଦଳ ସହ ସଂପୃକ୍ତ ଥିବା ଜଣେ ଛାତ୍ର ଉପରେ ମଧ୍ୟ ଅପରେସନ୍ କରାଯାଇଥିଲା । ଜେଏନୟୁଏସୟୁର ପୂର୍ବ ପଦାଧିକାରୀ ମଧ୍ୟ ଏକ ଭିଡିଓରେ ଏହି କଥା ସ୍ୱୀକାର କରିଛନ୍ତି ଯେ ସେ ଇନଫର୍ମମେସନ୍ ସେଣ୍ଟରକୁ ସେଦିନ ବନ୍ଦ କରିଥିଲେ । ତେବେ ଏନେଇ ଦିଲ୍ଲୀ ପୋଲିସ୍ ସଂନ୍ଦିଗ୍ଧଙ୍କୁ ଜବାବ୍ ମାଗିଛି । ଅକ୍ଷତ୍ ଅବସ୍ତୀ ନାମକ ଜଣେ ଏବିଭିପି କାର୍ଯ୍ୟକର୍ତ୍ତା ମଧ୍ୟ ଏଥିରେ ସାମିଲ୍ ଥିବା କଥା ଭିଡିଓରେ ସ୍ୱୀକାର କରିଛନ୍ତି ! ଷ୍ଟିଙ୍ଗ୍ ଦେଖିବା ପରେ ଏବେ ଦିଲ୍ଲୀ ପୋଲିସ୍ ଏହାକୁ ନିଜ ଅପରେସନ୍ ରେ ସାମିଲ୍ କରିଥିବା କଥା କହିଛି । /kanak/media/post_attachments/wp-content/uploads/2020/01/1578239049-7516-300x225.jpg)
ଷ୍ଟିଙ୍ଗ୍ ଅପରେସନ୍ ରେ ଚେକ୍ ସାର୍ଟ ପିନ୍ଧା ଯୁବତୀଙ୍କ ରହସ୍ୟରୁ ଉଠିଲା ପରଦା :
ଜେଏନୟୁ ହିଂସା ସମୟରେ ସୋସିଆଲ୍ ମିଡିଆରେ ଏକ ଫଟୋ ଖୁବ୍ ଭାଇରାଲ୍ ହୋଇଥିଲା ଯେଉଁଥିରେ ୩ ଜଣ ମୁଖାପିନ୍ଧା ଯୁବକ ଏବଂ ଯୁବତୀ ନଜର ଆସିଥିଲେ । ଏହି ଫଟୋର ଖାସ୍ କଥା ହେଉଛି ଫଟୋରେ ୨ ଯୁବକଙ୍କ ସହ ଜଣେ ଯୁବତୀ ଥିଲେ ଯାହାଙ୍କ ହାତରେ ବାଡି ଥିଲା । ଯୁବକଙ୍କ ଭଳି ଏହି ଯୁବତୀ ଜଣକ ମୁହଁରେ ମୁଖା ପିନ୍ଧିଥିଲେ । ତେବେ ଅକ୍ଷତ୍ ଅବସ୍ତୀ ଷ୍ଟିଙ୍ଗ୍ ଅପରେସନ୍ ରେ ଯୁବତୀଙ୍କୁ ନେଇ କିଛି କଥା କହିଥିଲେ । ସେ କହିଥିଲେ ସେ ଚେକ୍ ସାର୍ଟ ପିନ୍ଧା ଯୁବତୀଙ୍କ ସହ ପ୍ରେମୀଯୁଗଳ ହୋଇ ବାହାରକୁ ବାହାରିଥିଲେ ଯେଭଳି ତାଙ୍କୁ କେହି ସନ୍ଦେହ ନ କରିବେ । ଅକ୍ଷତ୍ ଯେତେବେଳେ ମେସ୍ ଭିତରକୁ ଗଲେ ଚେକ୍ ସାର୍ଟ ପିନ୍ଧିଥିବା ଝିଅଟି ଲୁଚିଥିବା ଦେଖିଥିଲେ । ଅକ୍ଷତ୍ ବାମପନ୍ଥୀ ଦଳରୁ ଆସିଥିବା କଥା ଯୁବତୀ ସନ୍ଦେହ କରୁଥିଲେ । ଅକ୍ଷତ୍ ସେତେବେଳେ ଯୁବତୀଙ୍କୁ ତାଙ୍କ ସହ ଥିବା କଥା କହି ହେଲମେଟ୍ କାଢି ବାହାରକୁ ଆସିଥିଲେ ଏବଂ ଯୁବତୀଙ୍କ କାନ୍ଧ ଉପରେ ହାତ ରଖିଥିଲେ । ଏଭଳି କରିବା ଦ୍ୱାରା ଦୁହେଁ ପ୍ରେମୀଯୁଗଳ ଦେଖାଯିବେ ଏବଂ କେହି ତାଙ୍କୁ ସନ୍ଦେହ ନ କରିବା କଥା କହିଥିଲେ ଅକ୍ଷତ୍ ।
ଜେଏନୟୁ ହିଂସା : ଜେଏନୟୁ ଛାତ୍ରସଂଘ ଅଧ୍ୟକ୍ଷ ଆଇସି ଘୋଷ୍ ଙ୍କ ସମେତ ୯ ସନ୍ଦିଗ୍ଧଙ୍କୁ ଚିହ୍ନଟ କଲା ପୋଲିସ୍ , ଦିଲ୍ଲୀ ପୋଲିସ୍ ଜାରି କଲା ଫଟୋ #JNUViolence#DelhiPolice#Delhipic.twitter.com/exzjfkBh5L
— Kanak News (@kanak_news) January 10, 2020
ସୌଜନ୍ୟ : ନ୍ୟୁଜ୍ ୧୮
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2020/01/JNU-3.jpg)