ମମିତା ମୃତ୍ୟୁ ମାମଲା : ତେଜୁଛି ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବହିଷ୍କାର ଓ ଇସ୍ତଫା ଦାବି; ଭୁବନେଶ୍ୱର ରାଜରାସ୍ତାରେ ଏବିଭିପିର ବିକ୍ଷୋଭ

Advertisment
ମମିତା ମୃତ୍ୟୁ ମାମଲା : ତେଜୁଛି ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବହିଷ୍କାର ଓ ଇସ୍ତଫା ଦାବି; ଭୁବନେଶ୍ୱର ରାଜରାସ୍ତାରେ ଏବିଭିପିର ବିକ୍ଷୋଭ

କନକ ବ୍ୟୁରୋ : ମମିତା ମେହେର ମୃତ୍ୟୁ ଘଟଣାରେ ଏବିଭିପିର ବିକ୍ଷୋଭ ପ୍ରଦର୍ଶନ । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କର ଇସ୍ତଫା ଦାବି କରି ବିକ୍ଷୋଭ ପ୍ରଦର୍ଶନ କରିଛି ଏବିଭିପି । ରାଜମହଲ ଛକରୁ ନବୀନ ନିବାସ ପର୍ଯ୍ୟନ୍ତ ବିକ୍ଷୋଭ ପ୍ରଦର୍ଶନ ବେଳେ ପୋଲିସ ସହ ଆନ୍ଦୋଳନକାରୀଙ୍କ ମୁହାଁମୁହିଁ ହୋଇଛି । ଘଟଣାସ୍ଥଳରୁ ଆନ୍ଦୋଳନକାରୀଙ୍କୁ ଉଠାଇ ନେଇଛି ପୋଲିସ । କଳାହାଣ୍ଡି ମହାଲିଙ୍ଗ ସନସାଇନ ବିଦ୍ୟାଳୟର ଅଧ୍ୟକ୍ଷା ମମିତା ମେହେର ମୃତ୍ୟୁ ଘଟଣାକୁ ପ୍ରାୟ ମାସେ ବିତିଗଲାଣି । କିନ୍ତୁ ପ୍ରକୃତ ଦୋଷୀଙ୍କୁ ଏପର୍ଯ୍ୟନ୍ତ ଦଣ୍ଡ ମିଳିନାହିଁ । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ ବୋଲି ଅଭିଯୋଗ ଆଣିଛି ଏବିଭିପି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe