କନକ ବ୍ୟୁରୋ: ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରିଲା ଏବିଭିପି । ମାଟ୍ରିକ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଅଭିଯୋଗରେ ମନ୍ତ୍ରୀଙ୍କ ବାସଭବନ ଘେରିଛି ଏବିଭିପି । ଏବିଭିପିର କର୍ମକର୍ତ୍ତା ଏକାଠି ହୋଇ ମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ପହଞ୍ଚିଥିଲେ । ଏହି ସମୟରେ ସେଠାରେ ଉପସ୍ଥିତ ଥିବା ପୋଲିସ ଏବିଭିପି କର୍ମୀଙ୍କୁ ଅଟକାଇଥିଲେ । ଫଳରେ କିଛି ସମୟ ପାଇଁ ପୋଲିସ ଓ ଏବିଭିପି କର୍ମକର୍ତ୍ତାଙ୍କ ମଧ୍ୟରେ ଠେଲାପେଲା ପରିସ୍ଥିତି ସୃଷ୍ଟି ହୋଇଥିଲା ।

ଏହାପରେ ପୋଲିସ ଏବିଭିପି କର୍ମୀଙ୍କୁ ଉଠାଇ ନେଇଛି । ପ୍ରଶ୍ନପତ୍ର ଲିକ୍ ଅଭିଯୋଗରେ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ଏବିଭିପି । ପ୍ରଶ୍ନପତ୍ର ଲିକ୍ ଘଟଣା ଓଡ଼ିଶାରେ ପରିପେକ୍ଷୀରେ ନୂଆ ନୁହେଁ, ଓଡ଼ିଶାରେ ପରୀକ୍ଷା ହେବ ଓ ବିଭ୍ରାଟ ହେବ ନି ଏହା ଏକପ୍ରକାର ଅସମ୍ଭବ ହୋଇ ଗଲାଣି ବୋଲି ଏବିଭିପି ପକ୍ଷରୁ କୁହାଯାଇଛି ।