ସୁପ୍ରିମକୋର୍ଟରେ ଅନୁଭବ-ବର୍ଷା ବିବାଦ ମାମଲା । ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହେବାକୁ ନିର୍ଦ୍ଦେଶ : ବିଚ୍ଛେଦ ପାଇଁ ପଟ୍ଟିଆଲା କୋର୍ଟ ଯାଇଛନ୍ତି ଅନୁଭବ

400

କନକ ବ୍ୟୁରୋ : ସୁପ୍ରିମକୋର୍ଟରେ ବର୍ଷା ଅନୁଭବ ବିବାଦ ମାମଲାର ଶୁଣାଣି ହୋଇଛି । ସୁପ୍ରିମକୋର୍ଟଙ୍କ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହେବାକୁ ଅନୁଭବ ବର୍ଷା ଙ୍କୁ କହିଛନ୍ତି କୋର୍ଟ । ଅନୁଭବ ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ଦାଏର କରିଥିବା ବିବାହ ବିଛେଦ ମାମଲାକୁ କଟକକୁ ସ୍ଥାନାନ୍ତର କରିବାକୁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ବର୍ଷା ।

ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟର ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହେବାକୁ ସାଂସଦ ଅନୁଭବ ମହାନ୍ତି ଏବଂ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କୁ କୋର୍ଟ ନୋଟିସ୍ କରିଛନ୍ତି ।