ଆଇଏସଆଇଏସର ମୁଖ୍ୟ ନିପାତ: ଆମେରିକା ସେନାର ଅପରେସନ ବେଳେ ନିଜକୁ ବିସ୍ଫୋରଣରେ ଉଡାଇଦେଲା ଅବୁ ଇବ୍ରାହିମ

355

କନକ ବ୍ୟୁରୋ: ଆତଙ୍କବାଦୀ ସଙ୍ଗଠନ ଆଇଏସଆଇଏସର ମୁଖ୍ୟ ତଥ୍ୟା କୁଖ୍ୟାତ ଆତଙ୍କବାଦୀ ଅବୁ ଇବ୍ରାହିମ୍ ଅଲ – କୁରେସିକୁ ନିପାତ କଲା ଆମେରିକା । ସିରିଆରେ ଆମେରିକା ସେନା ରାଷ୍ଟ୍ରପତି ଜୋ ବାଇଡେନ୍ ନିର୍ଦ୍ଦେଶ କ୍ରମେ ଆତଙ୍କବାଦୀ ଅବୁ ଇବ୍ରାହିମ୍ ଅଲ – କୁରେସିକୁ ମାରିବାରେ ସଫଳ ହୋଇଛନ୍ତି । ଏହାପରେ ରାଷ୍ଟ୍ରପତି ବାଇଡେନ୍ ଟ୍ୱିଟ୍ କରି ଆଇଏସଆଇଏସ ମୁଖ୍ୟର ମୃତ୍ୟୁ ଖବର ବିଶ୍ୱବାସୀଙ୍କୁ ଦେଇଛନ୍ତି । ସେ କହିଛନ୍ତି, ବିଶ୍ୱବାସୀଙ୍କ ମନରୁ ଏକ ବଡ ଆତଙ୍କି ଭୟକୁ ଦୁର କରି ଦିଆଗଲା ।

ସିରିଆରେ ଆତଙ୍କୀ ସଙ୍ଗଠନ ଆଇଏସଆଇଏସର ମୁଖ୍ୟକୁ ନିପାତ କଲା ଆମେରିକା ସେନା । ତୁର୍କିକୁ ଲାଗି ରହିଥିବା ଇଦଲିବ ପ୍ରାନ୍ତରେ ଲୁଚି ରହିଥିବା ଆତଙ୍କବାଦୀ ଅବୁ ଇବ୍ରାହିମ୍ ଅଲ-କୁରେସିକୁ ମାରିବାରେ ସଫଳ ହୋଇଛି ଆମେରିକା । ଅବୁ ଇବ୍ରାହିମର ବାସଭବନରେ ଡ୍ରୋନ ହମଲା ଓ ଗ୍ରେନଡ ମାଡ କରି ଆମେରିକା ଦୁର୍ଦ୍ଦଷ ଆତଙ୍କବାଦୀଙ୍କୁ ନିହତ କରିଛି । ଏନେଇ ସୂଚନା ଦେଇଛନ୍ତି ନିଜେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ସେ କହିଛନ୍ତି ବିଶ୍ୱବାସୀଙ୍କ ମନରୁ ଆଉ ଏକ ଆତଙ୍କୀ ଭୟକୁ ଦୁର କରିଦିଆଗଲା ।

ମିଳିଥିବା ସୂଚନା ଅନୁସାରେ ଆତଙ୍କୀ ତଥା ଆଇଏସଆଇଏସ ମୁଖ୍ୟ ଅବୁ ଇବ୍ରାହିମ୍ ଅଲ-କୁରେସି ବିସୟରେ ସନ୍ଧାନ ମିଳିବା ପରେ ତାକୁ ଗିରଫ କରିବା ପାଇଁ ପହଁଚିଥିଲା ଆମେରିକା ସେନା । ହେଲେ ସେଠାରେ ସେମାନଙ୍କୁ କଡା ମୁକାବିଲାକୁ ସାମ୍ନା କରିବାକୁ ପଡିଥିଲା ।

କେମିତି ଥିଲା ଅପରେସନ?
– ଆଇଏସଆଇଏସ ମୁଖ୍ୟ ଅବୁ ଇବ୍ରାହିମ୍ ଥିବା ନେଇ ଡିସେମ୍ବରରୁ ମିଳିଥିଲା ସୂଚନା
– ଆତଙ୍କବାଦୀ ଅବୁ ଇବ୍ରାହିମ୍ ଅଲ-ହାସମି ଅଲ-କ୍ୟୁରେସ ପାଖରେ ପହଂଚିବା ସହଜ ନଥିଲା
– ଅବୁ ଇବ୍ରାହିମ୍ ତୃତୀୟ ମହଲାରେ ରହୁଥିଲା, ବହୁତ କମ୍ ସମୟ ପାଇଁ ବାହାରକୁ ଆସେ
– ଅନ୍ୟ ଦୁଇ ମହଲାରେ ରହୁଥିଲେ ଆତଙ୍କବାଦୀର ସୁରକ୍ଷାକର୍ମୀ
– କୋରିୟର ମାଧ୍ୟମରେ ବାହାର ଲୋକଙ୍କ ସହ ଯୋଗାଯୋଗ ରଖୁଥିଲା
– ଆକ୍ରମଣ ପୂର୍ବରୁ ଆମେରିକା ସେନା କରିଥିଲା ମକ୍୍ ଡ୍ରିଲ
– ଗତ ମଙ୍ଗଳବାର ଆକ୍ରମଣ ପାଇଁ ଅନୁମତି ଦେଇଥିଲେ ଜୋ ବାଇଡେନ
– ଅପରେସନର ଟିକିନିଖି ଖବର ରଖୁଥିଲେ ବାଇଡେନ
– ଅପରେସନ ବେଳେ ହେଲିକ୍ୟାପ୍ଟର ଖରାପ ହେଲେ ପଛକୁ ନ ଫେରିବାକୁ ରହିଥିଲା ନିର୍ଦ୍ଦେଶ
– ଆମେରିକା ସୈନ୍ୟ ଦ୍ୱିତୀୟ ମହଲା ଭିତରକୁ ପଶିବାରୁ ହୋଇଥିଲା ଗୁଳିମାଡ
– ସେନାର ଜବାବି ହମଲାରେ ନିହତ ହୋଇଥିଲେ ଅବୁ ଇବ୍ରାହିମ୍ ସମର୍ଥକ
– ଆମେରିକା ସେନାର ଆକ୍ରମଣ ପରେ ନିଜକୁ ଓ ପୁରା ପରିବାରକୁ ଉଡାଇ ଦେଇଥିଲା ଅବୁ ଇବ୍ରାହିମ୍

ଅପରେସନ ପରେ ଘଟଣାସ୍ଥଳରେ ୧୩ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ଏଥିରେ ୬ ଜଣ ଶିଶୁ ଓ ୪ ଜଣ ମହିଳାଙ୍କ ମୃତଦେହ ଥିବା ସୂଚନା ମିଳିଛି । ଆମେରିକା ସୈନ୍ୟଙ୍କ ଆକ୍ରମଣରେ ଅବୁ ଇବ୍ରାହିମ ପତ୍ନୀ ଓ ତା ପୁଅ-ଝିଅଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ଏହା ଆମେରିକା ସେନାର ବଡ ସଫଳତା ଏବଂ ଆକ୍ରମଣ ପରେ ସମସ୍ତ ସୈନ୍ୟ ସୁରକ୍ଷିତ ନିଜ ବେସକୁ ଫେରି ଆସିଥିବା କହିଛନ୍ତି ରାଷ୍ଟ୍ରପତି ବାଇଡେନ । ଆତଙ୍କବାଦ ବିରୋଧ ଲଢେଇରେ ଏହା ଏକ ବଡ ବିଜୟ ବୋଲି କହିଛନ୍ତି ବାଇଡେନ୍ ।