ମୋଦିଙ୍କ ଶପଥ ଗ୍ରହଣ ସମାରୋହରେ ବିଦେଶରେ ଦେଖିବାକୁ ମିଳିଲା ଉତ୍ସାହ : ତ୍ରିରଙ୍ଗାରେ ଉଦଭାସିତ ହେଲା ଆବୁଧାବିର ଏଡନକ୍ ଟାୱାର

ମୋଦିଙ୍କ ଶପଥ ଗ୍ରହଣ ସମାରୋହରେ ବିଦେଶରେ ଦେଖିବାକୁ ମିଳିଲା ଉତ୍ସାହ : ତ୍ରିରଙ୍ଗାରେ ଉଦଭାସିତ ହେଲା ଆବୁଧାବିର ଏଡନକ୍ ଟାୱାର

source : IndiaToday

ନରେନ୍ଦ୍ର ମୋଦି ଐତିହାସିକ ବିଜୟ ହାସଲ କରିବା ପରେ ଲଗାତାର ଦ୍ୱିତୀୟ ଥର ଭାରତର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଭାରତର ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀ ଦ୍ୱିତୀୟ ଥର ଶପଥ ଗ୍ରହଣ କରିବା ପରେ ଗୁରୁବାର ସନ୍ଧ୍ୟାରେ ଆବୁ ଧାବି ସ୍ଥିତ ପ୍ରସିଦ୍ଧ ଏଡନକ୍ ଗ୍ରୁପ୍ ଟାୱାର୍ ତ୍ରିରଙ୍ଗ ଆଲୋକରେ ଉଦଭାସିତ ହୋଇଥିଲା।

publive-image

ଦୁଇ ଦେଶର ପତାକା ଏବଂ ତାଙ୍କର ଦୁଇ ନେତା- ଯୁବରାଜ ମହମ୍ମଦ ବିନ୍ ଜେୟେଦ୍ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ଚିତ୍ର ପ୍ରଦର୍ଶନ କରି ଏହି ଅଟ୍ଟାଳିକା ଭାରତ ଓ ସଂଯୁକ୍ତ ଆରବ ଏମିରେଟ୍ସ ମଧ୍ୟରେ ଘନିଷ୍ଠ ଦ୍ୱିପାକ୍ଷିକ ସମ୍ପର୍କକୁ ବର୍ଣ୍ଣନା କରୁଛି। ଗତ ସପ୍ତାହରେ ମହମ୍ମଦ୍ ବିନ୍ ଜାୟେଦ୍ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅଭିନନ୍ଦନ ଜଣାଇଥିଲେ। ସେ କହିଥିଲେ, ତାଙ୍କ ଦଳ ନିର୍ବାଚନ ଜିତିବା ପରେ ଫୋନ୍ ଯୋଗେ ତାଙ୍କୁ ଅଭିନନ୍ଦନ ଜଣାଇବାବେଳେ ପ୍ରିୟ ବନ୍ଧୁ ନରେନ୍ଦ୍ର ମୋଦିଙ୍କ ସହ କଥାବର୍ତ୍ତା କରି ଆନନ୍ଦିତ ହୋଇଥିଲି। ଦ୍ୱିପାକ୍ଷିକ ସମ୍ପର୍କ ଅଧିକ ଦୃଢ଼ କରିବାକୁ ଆମେ ମିଳିତ ଭାବେ କାର୍ଯ୍ୟ କରିବୁ। ଭାରତର ଏବଂ ତା’ର ବନ୍ଧୁବତ୍ସଳ ବ୍ୟକ୍ତିଙ୍କର ଅଧିକ ଉନ୍ନତି ଓ ସମୃଦ୍ଧି ପାଇଁ ୟୁଏଇ କାମନା କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe