କନକ ବ୍ୟୁରୋ : ଭାରତ-କାନାଡା ସମ୍ପର୍କରେ ତିକ୍ତତା ବଢ଼ିବାରେ ଲାଗିଛି । ଓଟାୱାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ବିଦା କରିଦେଇଛନ୍ତି ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ । ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜରଙ୍କ ହତ୍ୟା ପଛରେ ଭାରତର ହାତ ଥିବା ଭଳି ସଙ୍ଗୀନ ଅଭିଯୋଗ କରିଛି କାନାଡା । ଏହା ସହ ଓଟାୱାରେ ଅବସ୍ଥାପତି ରିସର୍ଚ୍ଚ ଆଣ୍ଡ ଆନାଲିସିସ ୱିଙ୍ଗ ବା ‘ର’ ମୁଖ୍ୟଙ୍କୁ ବହିଷ୍କାର କରିଛି କାନାଡା ।

Advertisment

କାନାଡାର ଏହି ପଦକ୍ଷେପ ପରେ ଦୁଇ ରାଷ୍ଟ୍ର ମଧ୍ୟରେ ତିକ୍ତତା ଆହୁରୀ ବଢ଼ିବାରେ ଲାଗିଛି । ଜଷ୍ଟିନ ଟ୍ରୁଡୋ ସେପଟେ ଏହି ଅଭିଯୋଗକୁ ସିଧାସଳଖ ଖଣ୍ଡନ କରିଛି ଭାରତ । ପ୍ରେସ ବିବୃତି ଜାରି କରି ଭାରତୀୟ ବୈଦେଶିକ ମନ୍ତ୍ରାଳୟ କହିଛି, ସଂସଦରେ କାନାଡା ପ୍ରଧାନମନ୍ତ୍ରୀ ଦେଇଥିବା ବୟାନ ଓ ବୈଦେଶିକ ମନ୍ତ୍ରୀଙ୍କ ବୟାନକୁ ଭାରତ ଅଗ୍ରାହ୍ୟ କରୁଛି । କାନାଡାରେ ଭାରତ ହିଂସା ସୃଷ୍ଟି କରିବା ଭଳି ବୟାନ ହାସ୍ୟସ୍ପଦ ଓ ଉଦ୍ଦେଶ୍ୟ ପ୍ରଣୋଦିତ ।