ଶ୍ରୀଜିଉଙ୍କ ସ୍ନାନଯାତ୍ରାରେ ଭାଙ୍ଗିଲା ଦୀର୍ଘ ବର୍ଷର ପରମ୍ପରା: ସ୍ନାନ ମଣ୍ଡପକୁ ସେବା ପାଇଁ ଆସିଲେନି ଗଜପତି ମହାରାଜ; ପ୍ରତିନିଧି ମୁଦିରସ୍ତ ତୁଳାଇଲେ ସେବା

ଶଙ୍କରାଚାର୍ଯ୍ୟ ମଧ୍ୟ ସ୍ନାନବେଦୀକୁ ନଆସିବା ନେଇ ସୂଚନା

769

କନକ ବ୍ୟୁରୋ: ଶ୍ରୀଜିଉଙ୍କ ସ୍ନାନଯାତ୍ରାରେ ଭାଙ୍ଗିଲା ଦୀର୍ଘ ବର୍ଷର ପରମ୍ପରା । ସ୍ନାନ ମଣ୍ଡପକୁ ସେବା ପାଇଁ ଆସିଲେନି ଗଜପତି ମହାରାଜ । ପ୍ରତିନିଧି ମୁଦିରସ୍ତ ତୁଳାଇଲେ ସେବା । ଶଙ୍କରାଚାର୍ଯ୍ୟ ମଧ୍ୟ ସ୍ନାନଦେବୀକୁ ଆସି ନଥିବା ସୂଚନା । ତେବେ ଗଜପତି ମହାରାଜ ଏବଂ ଜଗଦଗୁରୁ ଶଙ୍କରାଚାର୍ଯ୍ୟ କାହିଁକି ମହାପ୍ରଭୁଙ୍କ ସ୍ନାନଯାତ୍ରା ନୀତିକୁ ଆସିଲେନି ତାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ବଢିଛି । କରୋନା କଟକଣା ଯୋଗୁଁ ଚଳିତ ବର୍ଷ ବିନା ଭକ୍ତରେ ଅନୁଷ୍ଠିତ ହୋଇଛି ମହାପ୍ରଭୁଙ୍କ ସ୍ନାନଯାତ୍ରା ନୀତି ।

କରୋନା କଟକଣା ଯୋଗୁ ଏଥର ବିନା ଭକ୍ତରେ ସୀମିତ ସେବାୟତଙ୍କୁ ନେଇ ଅନୁଷ୍ଠିତ ହେଉଛି ମହାପ୍ରଭୁଙ୍କ ସ୍ନାନଯାତ୍ରା । ତେବେ ପରମ୍ପରା ଅନୁଯାୟୀ ଶ୍ରୀଜିଉଙ୍କ ଛେରା ପହଁରା ନୀତି ପାଇଁ ପୁରୀ ଗଜପତି ମହାରାଜଙ୍କର ଆସିବାର ବିଧି ରହିଥିବା ବେଳେ ଆଜି ଗଜପତି ମହାରାଜ ଆସି ନଥିବା ଜଣାପଡିଛି । ତେବେ ଗଜପତି ମହାରାଜଙ୍କ ଅନୁପସ୍ଥିତ ଥିବା ବେଳେ ତାଙ୍କ ଜାଗାରେ ପ୍ରତିନିଧି ମୁଦିରସ୍ତ ଏହି ସେବା ତୁଲାଇ ଥିଲେ । ମହାପ୍ରଭୁଙ୍କ ମଇଲମ, ମେକାପ ସର୍ବାଙ୍ଗ, ନୂଆ ଲୁଗା ବେଶ ପରେ ଛେରାପହଁରା ନୀତି ସମ୍ପନ୍ନ ହୋଇଛି ।