କନକ ବ୍ୟୁରୋ: କାହିଁକି ମାଟ୍ରିକ ପରୀକ୍ଷାରେ ଅନୁପସ୍ଥିତ ରହିଲେ ୪୩ହଜାରରୁ ଅଧିକ ଛାତ୍ରଛାତ୍ରୀ । ସେ ନେଇ ତଦନ୍ତ ନିର୍ଦ୍ଦେଶ ପରେ ଆରମ୍ଭ ହୋଇଛି ଦୋଷ ଲଦାଲଦି । ଏପର୍ଯ୍ୟନ୍ତ ଅନିୟମିତତା ପାଇଁ ସ୍କୁଲ ଓ ଜିଲ୍ଲା କିମ୍ବା ବ୍ଲକ ଶିକ୍ଷା ଅଧିକାରୀ ମାନଙ୍କୁ ଏଥିପାଇଁ ଦୋଷ ଦେଇ ଆସୁଥିଲା ମାଧ୍ୟମିକ ଶିକ୍ଷା ପରିଷଦ । ଏପରିକି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବୋର୍ଡ ସଭାପତି ରାମାଶିଷ ହାଜରା କହିଥିଲେ ଯେତିକି ଫର୍ମଫିଲପ ହୋଇଛି ସେହି ଅନୁସାରେ ଆଡମିଟ କାର୍ଡ ଇସ୍ୟୁ ହୋଇଥିଲା ।

Advertisment

ଏବେ କିନ୍ତୁ ବୋର୍ଡର ଏହି ମିଛ ଧରାପଡିଯାଇଛି । କାରଣ ରାୟଗଡର ଏକ ସ୍କୁଲର ପ୍ରଧାନଶିକ୍ଷକ ଅଭିଯୋଗ କରିଛନ୍ତି ଯେ, ୧୫୩ପିଲାଙ୍କ ଫର୍ମ ଫିଲଅପ କରାଯାଇଥିବା ବେଳେ ବୋର୍ଡରୁ ୧୫୪ ପିଲାଙ୍କ ଆଡମିଟ କାର୍ଡ ଆସିଥିଲା । ୧୫୪ ପିଲା ସମେଟିଭ-୧ ପରୀକ୍ଷା ଦେଇଥିଲେ, ସମେଟିଭ-୨ ପରୀକ୍ଷା ଦେଲା ବେଳକୁ ଜଣେ ଛାତ୍ରୀଙ୍କ ମୃତ୍ୟୁ ହୋଇସାରିଥିଲା । ତେଣୁ ତାଙ୍କ ପାଇଁ ଫର୍ମ ଫିଲଅପ କରିନଥିଲା ସ୍କୁଲ, ତଥାପି ତାଙ୍କ ନାଁରେ ।ଡମିଟ କାର୍ଡ ଇସ୍ୟୁ ହେବା ଘଟଣା ବୋର୍ଡର ଖାମଖିଆଲି ମନୋଭାବକୁ ଦର୍ଶାଉଛି । ଏହି ଗୋଟିଏ ଉଦାହରଣରୁ ଜଣାପଡୁଛି ଯେ,ବୋର୍ଡ ମନଇଚ୍ଛା ପିଲାଙ୍କ ଆଡମିଟ ଇସ୍ୟୁ କରିଥିଲା । ଯେଊଁଥିପାଇଁ ଏତେ ସଂଖ୍ୟାରେ ପିଲା ମାଟ୍ରିକ ପରୀକ୍ଷାରେ ଅନୁପସ୍ଥିତ ରହିଲେ ।