ଅପହରଣ କରିବାକୁ ଆସିଥିଲେ, ନିଜେ ଧରାପଡି ଖାଇଲେ ନିସ୍ତୁକ ମାଡ । କୋରାପୁଟ ବନ୍ଧୁଗାଁ ବ୍ଲକ ସୁନାପାଲମୁଣ୍ଡାର ଘଟଣା ।

157

କନକ ବ୍ୟୁରୋ: ଅପହରଣ କରିବାକୁ ଆସିଥିବା ଯୁବକଙ୍କୁ କାବୁ କଲେ ଲୋକେ । ହାତ ଗୋଡ ବାନ୍ଧି ମାଡ଼ ମାରିଛନ୍ତି । ଘଟଣା ଘଟିଛି କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ସୁନାପାଲମୁଣ୍ଡା ଗାଁରେ । ଗାଁର ମିନେଶ ନାମକ ଜଣେ ଯୁବକଙ୍କୁ ଗତକାଲି ଅପହରଣ କରିବାକୁ ଉଦ୍ୟମ କରିଥିଲେ । ହେଲେ ମିନେଶ ସେମାନଙ୍କଠାରୁ ଖସି ପଳାଇ ଆସିଥିଲେ । ଏହା ପରେ ଗାଁଲୋକେ ଅପହରଣ କରିବାକୁ ଆସିଥିବା ଦୁଇ ଯୁବକଙ୍କୁ କାବୁ କରିନେଇଥିଲେ । ଏହି ଦୁଇ ଯୁବକ ଆନ୍ଧ୍ର ପାର୍ବତୀପୁରମ୍ର ବୋଲି ଜଣାପଡ଼ିଛି । ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ବନ୍ଧୁଗାଁ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।