କନକ ବ୍ୟୁରୋ: ଜମ୍ମୁ-କାଶ୍ମୀର କୁଲଗାମରୁ ନିଖୋଜ ହୋଇଯାଇଥିବା ଭାରତୀୟ ସେନାର ଯବାନଙ୍କୁ ୫ ଦିନ ଧରି ଖୋଜାଖୋଜି ପରେ ଉଦ୍ଧାର କରିଛି ପୁଲିସ । ଏନେଇ ପୁଲିସ ପକ୍ଷରୁ ଗୁରୁବାର ସୂଚନା ଦିଆଯାଇଛି ।

Advertisment

‘ଲାଇଟ୍‌ ଇଫେଣ୍ଟ୍ରି ରେଜିମେଣ୍ଟ୍‌’ର ରାଇଫଲ୍‌ମ୍ୟାନ୍‌ ଜାୱେଦ୍‌ ଅହମଦ୍। ସ୍ୱାସ୍ଥ୍ୟଗତ ଡାକ୍ତରୀ ପରୀକ୍ଷା ପରେ ତାଙ୍କୁ ଜେରା କରାଯିବ ବୋଲି ସେମାନେ କହିଛନ୍ତି। ନିରୁଦ୍ଦିଷ୍ଟ ହୋଇଯାଇଥିବା ସେନା ଯବାନଙ୍କୁ କୁଲଗାମ୍‌ ପୁଲିସ ଉଦ୍ଧାର କରିଛି। ଡାକ୍ତରୀ ପରୀକ୍ଷା ପରେ ଖୁବ୍‌ ଶୀଘ୍ର ତାଙ୍କୁ ମିଳିତଭାବେ ଜେରା କରାଯିବ। ପରେ ଅଧିକ ବିବରଣୀ ଦିଆଯିବ।

ଜୁଲାଇ ୨୯ ତାରିଖ ଦିନ ସେନାର ଉକ୍ତ ଯବାନ କେଉଁ ପରିସ୍ଥିତିରେ ନିଖୋଜ ହୋଇଥିଲେ ସେ ବିଷୟରେ ଜାଣିବାକୁ ପୁଲିସ ଉଦ୍ୟମ ଜାରି ରଖିଛି। ତାଙ୍କୁ ଖୋଜି ବାହାର କରିବା ଲାଗି ନିରାପତ୍ତା ବଳ ବ୍ୟାପକ ତଲାସ ଅଭିଯାନ ଚଳାଇଥିଲା। ଛୁଟିରେ ଥିବା ୨୫ ବର୍ଷିୟ ଯବାନ ଅହମଦ୍‌ ସେଦିନ ସଉଦାପତ୍ର କିଣିବାକୁ କାର୍‌ ନେଇ ଘରୁ ବାହାରିଯିବା ପରେ ନିଖୋଜ ହୋଇଯାଇଥିଲେ। ବଜାର ନିକଟରେ ତାଙ୍କ ଅଲ୍‌ଟୋ କାର୍‌ଟିକୁ ଠାବ କରାଯାଇଥିଲା।

ବୋଧହୁଏ ଆତଙ୍କବାଦୀମାନେ ଅହମଦ୍‌ଙ୍କୁ ଅପହରଣ କରି ନେଇଥିଲେ। ପରିବାର ଲୋକଙ୍କ ଆକୁଳ ନିବେଦନ ପରେ ସେମାନେଦ ଅହମଦ୍‌ଙ୍କୁ ନିରାପଦରେ ଛାଡ଼ି ଦେଇଥାଇ ପାରନ୍ତି।