ପ୍ରଭୁ ରାମଚନ୍ଦ୍ରଙ୍କ ବରଦାନ କିନ୍ନରଙ୍କୁ ଦେଇଛି କେଉଁ ଶକ୍ତି ? କାହିଁକି ବିଫଳ ଯାଏନି କିନ୍ନରଙ୍କ ଆଶିର୍ବାଦ, କିନ୍ନରଙ୍କ ବିଷୟରେ କିଛି ଅଜଣା କଥା ।

55

ଆଜି ସୁପ୍ରିମକୋର୍ଟ ସମଲିଙ୍ଗୀ ସଂପର୍କ ଅପରାଧ ନୁହେଁ ବୋଲି ରାୟ ଦେବା ପରେ କିନ୍ନରମାନେ ଖୁସୀ ଜାହିର କରିଛନ୍ତି। କିନ୍ନରଙ୍କ କଥା ସାମ୍ନାକୁ ଆସିଲେ ମନରେ ଅନେକ ପ୍ରଶ୍ନ ଉଙ୍କି ମାରିଥାଏ । ସାଧାରଣତଃ ଆମେ କିନ୍ନରଙ୍କୁ କୌଣସି ମାଙ୍ଗଳିକ କାର‌୍ୟ୍ୟରେ କିମ୍ବା ଟ୍ରେନ୍ରେ ବା ରାଜରାସ୍ତା ପାର୍ଶ୍ୱରେ ଦେଖିବାକୁ ପାଇଥାଉ। ଏହି କିନ୍ନରମାନେ ରହନ୍ତି କେଉଁଠି? କିପରି ଏମାନଙ୍କର ବିବାହ ହୋଇଥାଏ ? ଏମାନେ କେଉଁ ଦେବାଦେବୀଙ୍କୁ ପୂଜା କରନ୍ତି ? ଏପରି ଅନେକ ପ୍ରଶ୍ନ ମନଭିତରକୁ ଆସିଥାଏ । ତେବେ ଆମେ ଆଜି ଆପଣଙ୍କ ମନ ଭିତରେ ଥିବା ଏହି ସବୁ ପ୍ରଶ୍ନର ଉତ୍ତର ଦେଉଛୁ।

ପ୍ରଭୁ ଶ୍ରୀରାମଙ୍କଠାରୁ ମିଳିଥିଲା ଆଶୀର୍ବାଦ

ପ୍ରଭୁ ଶ୍ରୀରାମ କିନ୍ନରମାନଙ୍କୁ ଦେଇଥିଲେ ଏପରି ବରଦାନ ଯାହା ସେମାନଙ୍କୁ ସାମାଜିକ ଗୁରୁତ୍ୱ ଦେଇଥାଏ । ଶ୍ରୀରାମ ଯେତେବେଳେ ୧୪ ବର୍ଷର ବନବାସ ଯିବାକୁ ବାହାରିଥିଲେ ତାଙ୍କ ପଛରେ ପ୍ରଜା ଓ କିନ୍ନର ସମୁଦାୟ ମଧ୍ୟ ଆସିଥିଲେ ଏହା ଦେଖି ଶ୍ରୀରାମ ସେମାନଙ୍କୁ ଫେରିଯିବାକୁ କହିଥିଲେ । ରାବଣକୁ ବଧ କରି ବିଜୟୀ ହୋଇ ଶ୍ରୀରାମ ୧୪ ବର୍ଷ। ପରେ ଯେତେବେଳେ ଅଯୋଧ୍ୟା ଫେରିଲେ ସେତେବେଳେ ସେ ଦେଖିଲେ ଅନ୍ୟ ପ୍ରଜା ସେଠାରୁ ଫେରି ଯାଇଥିଲେ କିନ୍ତୁ କିନ୍ନରମାନେ ରାମଙ୍କ ଫେରିବା ବାଟକୁ ଅପେକ୍ଷା କରି ସେଠାରେ ବସି ରହିଥିଲେ । କିନ୍ନରଙ୍କ ଭକ୍ତି ଦେଖି ପ୍ରଭୁ ଶ୍ରୀରାମ ପ୍ରସନ୍ନ ହୋଇ ତାଙ୍କୁ ବର ଦେଇଥିଲେ କହିଥିଲେ ତୁମେ ଯାହାକୁ ଆଶୀର୍ବାଦ ଦେବ ସେହି ବ୍ୟକ୍ତିଙ୍କ କାର‌୍ୟ୍ୟ ସଫଳ ହେବ ।

କିନ୍ନରଙ୍କ ଗୁରୁ ହୋଇଥାନ୍ତି ଭବିଷ୍ୟଦ୍ରଷ୍ଟା

କିନ୍ନରମାନଙ୍କ ମଧ୍ୟ ଗୁରୁ ଅଛନ୍ତି । ଏମାନେ ଗୁରୁ ଶିଷ୍ୟଙ୍କ ସମ୍ପର୍କ ପୂରା ରୀତିନିତିରେ ନିଭାଇଥାନ୍ତି। କିନ୍ନରଙ୍କ ଗୁରୁ ମଧ୍ୟ ଜଣେ କିନ୍ନର ହୋଇଥାନ୍ତି । ଯେଉଁ କିନ୍ନର ଅନ୍ୟ ଜଣେ କିନ୍ନରର କେବେ ମୃତ୍ୟୁ ହେବ ତାର ଭବିଷ୍ୟବାଣୀ କରିଥାନ୍ତି ତାଙ୍କୁ କିନ୍ନରମାନେ ଗୁରୁ ବୋଲି ମାନନ୍ତି । ସାଧାରଣରେ ଲୋକଙ୍କ ଯେମିତି ବିବାହ ହୋଇଥାଏ କିନ୍ନରମାନଙ୍କର ମଧ୍ୟ ସେମିତି ବିବାହ ହୋଇଥାଏ । କିନ୍ନରମାନେ ତାଙ୍କ ଆରାଧ୍ୟ ଦେବତା ଅରବନଙ୍କୁ ବିବାହ କରିଥାନ୍ତି କିନ୍ତୁ ଏହି ବିବାହ ମାତ୍ର ଗୋଟିଏ ଦିନ ପାଇଁ ହୋଇଥାଏ। ବିବାହର ଦିନକ ପରେ ତାଙ୍କ ଦେବତାଙ୍କ ମୃତ୍ୟୁ ହେବା ସଙ୍ଗେ ସଙ୍ଗେ ବୈବାହିକ ସମ୍ପର୍କ ଶେଷ ହୋଇଯାଇଥାଏ ।

ଏପରି ଭାବେ ହୋଇଥାଏ କିନ୍ନରଙ୍କ ଅନ୍ତିମ ସଂସ୍କାର

କିନ୍ନରମାନଙ୍କ ଅନ୍ତିମ ସଂସ୍କାର ଦିନ ବଦଳରେ ଅନ୍ଧାର ରାତିରେ ହୋଇଥାଏ । ଏପରି କରିବା ପଛରେ ଏକ ରହସ୍ୟ ରହିଛି, ଯଦି କିନ୍ନରଙ୍କ ଅନ୍ତିମସଂସ୍କାର ସମୟରେ କୌଣସି ସାଧାରଣ ଲୋକ ଏହାକୁ ଦେଖିନିଏ, ତେବେ ସେ ଆର ଜନ୍ମରେ କିନ୍ନର ଜନ୍ମ ନିଏ । ମୃତ୍ୟୁ ପରେ କିନ୍ନରଙ୍କୁ ଦାହ ସଂସ୍କାର ବଦଳରେ ମାଟିରେ ପୋତା ଯାଇଥାଏ ଓ ଏହା ପୂର୍ବରୁ ତାଙ୍କୁ ଚପଲରେ ମାଡ ମରାଯାଏ । ଏପରି କରିବା ଦ୍ୱାରା ସେ କରିଥିବା ସବୁ ପାପ ପୁଣ୍ୟରେ ପରିଣତ ହୋଇଯାଏ ବୋଲି ବିଶ୍ୱାସ ରହିଛି । ଏପରି ଭାବେ କିନ୍ନରଙ୍କ ଅନ୍ତିମ ସଂସ୍କାର ହୋଇଥାଏ ।