ଶ୍ରୀମନ୍ଦିର ଭିତରେ ଚାପ ଖେଳିବେ ଶ୍ରୀଜିଉ: ମହାପ୍ରଭୁଙ୍କ ରଥକାଠ ପୂଜା ଓ ଚନ୍ଦନ ଯାତ୍ରା ନେଇ ଆଲୋଚନା ପରେ ନିଷ୍ପତି; ଶ୍ରୀମନ୍ଦିର ଭିତରେ ପ୍ରସ୍ତୁତ କରାଯିବ ୨ଟି ଜଳକୁଣ୍ଡ ; ମନ୍ଦିର ପରିସରରେ ହେବ ୨୧ ଦିନର ନୀତି

407

କନକ ବ୍ୟୁରୋ: ଶ୍ରୀମନ୍ଦିର ନୀତିକାନ୍ତିକୁ ନେଇ ବଡ଼ ନିଷ୍ପତି । ଶ୍ରୀମନ୍ଦିର ଭିତରେ ଚାପ ଖେଳିବେ ଶ୍ରୀଜିଉ । ନରେନ୍ଦ୍ର ପୁଷ୍କରିଣୀ ଢାଂଚାରେ ଦୁଇଟି ଜଳକୁଣ୍ଡରେ ୨୧ ଦିନ ଧରି ହେବ ଶ୍ରୀଜିଉଙ୍କ ନୌକାବିହାର । ଏଥିିପାଇଁ ଶ୍ରୀମନ୍ଦିର ଭିତରେ ଦୁଇଟି ଅସ୍ଥାୟୀ ଜଳକୁଣ୍ଡ ସ୍ଥାପନ ହେବ । ସେହିପରି ଆସନ୍ତାକାଲି ଅକ୍ଷି ତୃତୀୟାରେ ଶ୍ରୀମନ୍ଦିର ଭିତରେ ସମସ୍ତ ନୀତିକାନ୍ତି କରାଯିବ । ଚାହାଣୀ ମଣ୍ଡପ ନିକଟକୁ ୩ଟି ରଥକାଠ ନିଆଯିବ । ଅକ୍ଷିତୃତୀୟାରେ ରଥ ଅନୁକୂଳ ନୀତି କରାଯିବ ।

ଶ୍ରୀମନ୍ଦିର ଭିତରେ ହେବ ଅକ୍ଷୟ ତୃତୀୟା ନୀତି ଓ ଚନ୍ଦନ ଯାତ୍ରାର ବିଧି । ଲକଡାଉନ କଟକଣା ଯୋଗୁଁ ମହାପ୍ରଭୁଙ୍କର କୌଣସି ପର୍ବ ବାହାରେ ହୋଇପାରିବ ନାହିଁ । ତେଣୁ ଶ୍ରୀମନ୍ଦିରର ପରମ୍ପରା ଓ ବିଧିକୁ କେମିତି ବଜାୟ ରଖି ହେବ, ସେଥିପାଇଁ ମହାପ୍ରଭୁଙ୍କ ସମସ୍ତ ପର୍ବକୁ ମନ୍ଦିର ଭିତରେ କରିବା ପାଇଁ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ଦେଇଛନ୍ତି । ଅର୍ଥାତ ରଥ ନିର୍ମାଣ କାର୍ଯ୍ୟଠାରୁ ଆରମ୍ଭ କରି , ଚନ୍ଦନଯାତ୍ରା ଓ ଅନ୍ୟାନ୍ୟ ସମସ୍ତ ନୀତି ମନ୍ଦିର ଭିତରେ ଆରମ୍ଭ ହେବ ।

ଗତକାଲି ଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା ନିଷ୍ପତି ନିିଆଯାଇଥିବା ବ୍ୟବସ୍ଥାରେ, ଶ୍ରୀମନ୍ଦିର ଭିତରେ ହେବାକୁ ଥିବା ଏହି ନୀତି ସ୍ଥାନକୁ ପରଖିଛନ୍ତି ସେବାୟତ । ଉପମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଆଜି ବସିଥିଲା ବୈ÷ଠକ । ଶ୍ରୀମନ୍ଦିର ଭିତରେ ମହାପ୍ରଭୁଙ୍କ ରଥକାଠ ପୂଜା ଏବଂ ବାହାର ଚନ୍ଦନ ଯାତ୍ରା ବିଧିକୁ ଶ୍ରୀମନ୍ଦିର ଭିତରେ କିପରି କରାଯିବ ସେନେଇ ଏହି ବୈଠକରେ ଆଲୋଚନା ହୋଇଥିଲା । ବୈଠକରେ ସମସ୍ତ ନିଯୋଗର ସେବାୟତ ଯୋଗଦେଇଥିଳେ । ଏବଂ ପୃଥକ ପୃଥକ ଭାବେ ସମସ୍ତ ନିଯୋଗ ଠାରୁ ମତାମତ ନିଆଯାଇଥିଲା ।