କଟକଣା ଭିତରେ ରଥଯାତ୍ରା ଅନୁଷ୍ଠିତ କରିବାକୁ ପ୍ରସ୍ତାବ ଦେଲେ ଜଗନ୍ନାଥଙ୍କ ମୁଖ୍ୟ ବାଡଗ୍ରାହୀ । କହିଲେ, ସୀମିତ ସେବାୟତରେ ହେଉ ନୀତି, ରଥଯାତ୍ରା ନହେଲେ ଇତିହାସରେ ଯୋଡା ହେବ କଳଙ୍କିତ ପୃଷ୍ଠା

209

କନକ ବ୍ୟୁରୋ : ରଥଖଳାରେ ଜୋରଦାର ଚାଲିଛି ରଥ ନିର୍ମାଣ କାମ । ତେବେ ରଥନିର୍ମାଣ କାର୍ଯ୍ୟ ବିଳମ୍ବରେ ଆରମ୍ଭ ହୋଇଥିବାରୁ ଏହା ଠିକ ସମୟରେ ସରିବ କି ନାହିଁ ତାକୁ ନେଇ ଚର୍ଚ୍ଚା ଜାରି ରହିଛି । ଏସବୁ ଭିତରେ ଗତକାଲି ରଥନିର୍ମାଣ କାର୍ଯ୍ୟକୁ ଜୁନ୍ ୨୨ ସୁଦ୍ଧା ଅର୍ଥାତ ରଥଯାତ୍ରା ପୂର୍ବ ଦିନ ସୁଦ୍ଧା ଶେଷ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଅନ୍ୟପଟେ, ଜଗନ୍ନାଥଙ୍କ ମୁଖ୍ୟ ବାଡଗ୍ରାହୀ, ଜଗନ୍ନାଥ ସ୍ୱାଇଁ ମହାପାତ୍ର କହିଛନ୍ତି, ସରକାରଙ୍କ କଟକଣା ମଧ୍ୟରେ ରଥଯାତ୍ରା ଅନୁଷ୍ଠିତ ହେଉ । ରଥଯାତ୍ରା ଏକ ଧାର୍ମିକ କାର୍ଯ୍ୟକ୍ରମ ହୋଇଥିବାବେଳେ ଏଥିରେ ବିଚ୍ୟୁତି ହେଲେ ଇତିହାସରେ ଏକ କଳଙ୍କିତ ଅଧ୍ୟାୟ ଯୋଡି ହୋଇଯିବ ବୋଲି କହିଛନ୍ତି ବରିଷ୍ଠ ଦଇତାପତି ।