ସ୍ୱାଧୀନତା ଦିବସ ଉପଲକ୍ଷେ କେଉଁ ମନ୍ତ୍ରୀ କେଉଁ ଜିଲ୍ଲାରେ କରିବେ ପତାକା ଉତ୍ତୋଳନ ! ସାଧାରଣ ପ୍ରଶାସନ ବିଭାଗ ଜାରି କଲା ତାଲିକା

81

କନକ ବ୍ୟୁରୋ : ଆଗାମୀ ସ୍ୱାଧୀନତା ଦିବସ ଉପଲକ୍ଷେ ସାରା ଓଡିଶା ଚଳଚଞ୍ଚଳ ହୋଇ ପଡିଛି । ଚଳିତବର୍ଷ ସାରା ଦେଶ ୭୨ତମ ସ୍ୱାଧିନତା ଦିବସ ପାଳନ କରିବା ପାଇଁ ଯାଉଛି । ପ୍ରତ୍ୟେକ ଥର ପରି ଏଥର ମଧ୍ୟ ଓଡିଶାରେ ସ୍ୱାଧୀନତା ଦିବସ ପାଳନ କରିବା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ତେବେ ଗଣମାଧ୍ୟମକୁ ଦିଆଯାଇଥିବା ସୂଚନା ଅନୁସାରେ ରାଜଧାନୀ ଭୂବନେଶ୍ୱରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କଟକରେ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା, ପୁରୀରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବାଲେଶ୍ୱରରେ ସଂସଦୀୟ ବ୍ୟାପର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ମୟୂରଭଞ୍ଜରେ କୃଷି,ପାନୀୟ ଜଳ ଓ ପଶୁ ସମ୍ପଦମନ୍ତ୍ରୀ ପ୍ରଦୀପ ମହାରଥୀ, ବରଗଡରେ ଯୋଜନା ଓ ଏସ.ଡି ମନ୍ତ୍ରୀ ଉଷା ଦେବୀ, ଯାଜପୁରରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର, ରାୟଗଡାରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର, କଳାହାଣ୍ଡିରେ ଜଳସଂପଦ ମନ୍ତ୍ରୀ ନିରଞ୍ଜନ ପୂଜାରୀ, କନ୍ଧମାଳରେ ମହିଳା ସଶକ୍ତି କରଣ ଓ କ୍ଷୁଦ୍ର ଶିଳ୍ପ ମନ୍ତ୍ରୀ ପ୍ରଫୁଲ ସାମଲ, ଗଞ୍ଜାମରେ ରାଜସ୍ୱ ମନ୍ତ୍ରୀ

 

ମହେଶ୍ୱର ମହାନ୍ତି, ଅନୁଗୁଳୁରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା, ବଲାଙ୍ଗୀରରେ ଖଣି ମନ୍ତ୍ରୀ ପ୍ରଫୁଲ କୁମାର ମଲ୍ଲିକ, ବୈାଦ୍ଧରେ ଅନୁସୂଚିତ ଜନଜାତି ବିକାଶ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ, ଦେବଗଡରେ ହସ୍ତଶିଳ୍ପ ମନ୍ତ୍ରୀ ଉଷା ଦେବୀ, ସମ୍ବଲପୁରରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ନୃଶିଂହ ଚରଣ ସାହୁ, ସୁନ୍ଦରଗଡରେ ଶକ୍ତି ମନ୍ତ୍ରୀ ସୁଶାନ୍ତ ସିଂହ, କେନ୍ଦୁଝରରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅନନ୍ତ ଜେନା, ମାଲକାନଗିରିରେ ଖେଳ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଚନ୍ଦ୍ର ସାରଥି ବେହେରାଙ୍କ ସମେତ ଢେଙ୍କାନାଳରେ ବୋର୍ଡ ଅଫ ରେଭିନ୍ୟୁର ସଦସ୍ୟ, ବ୍ରହ୍ମପୁର ଓ ରାଉରକେଲାରେ ଦକ୍ଷିଣ ଓ ଉତ୍ତରାଞ୍ଚଳ ଆରଡିସି ଏବଂ ଭଦ୍ରକ. ଗଜପତି, ଜଗତସିଂହପୁର, ଝାରସୁଗୁଡା,କେନ୍ଦ୍ରପଡା, ଖୋର୍ଦ୍ଧା, କୋରାପୁଟ, ନୂଆପଡା, ନବରଙ୍ଗପୁର, ନୟାଗଡ ଓ ସୁବର୍ଣ୍ଣପୁର ଜିଲ୍ଲାରେ ସେଠାକାର ଜିଲ୍ଲାପାଳମାନେ ପତକା ଉତ୍ତୋଳନ କରିବାର କାର୍ଯ୍ୟକ୍ରମ ସ୍ଥିର କରାଯାଇଥିବା ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।