ପୁରୀରେ ଫୋନିର ମାଡ ନେଇ ପଣ୍ଡିତ ସୂର୍ଯ୍ୟନରାୟଣ ରଥଶର୍ମାଙ୍କ ବୟାନ । କହିଲେ ଜଗା ପ୍ରତି ହୋଇଥିବା ଅନ୍ୟାୟ ପାଇଁ ହେଲା ପ୍ରଳୟ

କାରଣ ଜଗା ପ୍ରତି ହୋଇଥିବା ଅନ୍ୟାୟ ପାଇଁ ପ୍ରଳୟ ହୋଇଛି

3,030

କନକ ବ୍ୟୁରୋ : ବାତ୍ୟା ଫୋନିରେ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି ପର୍ଯ୍ୟଟନ ସହର ପୁରୀ । ତେବେ ପୁରୀରେ କାହିଁକି ଫୋନି ମାଡ ହେଲା ସେ ନେଇ ମତ ରଖିଛନ୍ତି ଜଗନ୍ନାଥ ସଂସ୍କତି ବିଶେଷଜ୍ଞ ପଣ୍ଡିତ ସୂର୍ଯ୍ୟନରାୟଣ ରଥଶର୍ମା । କହିଲେ, ଅନେକ ଥର ପୁରୀକୁ ବାତ୍ୟା ଆସିଛି । ହଜାର ହଜାର ଯୁଗ କାଳ କାଳ ଧରି ଜଗନ୍ନାଥ ମହାପ୍ରଭୁ ଏଠାରେ ବସିଛନ୍ତି । କେବେ କିଛି କୌଣସି କ୍ଷତି ଏଠାରେ ହୋଇନାହିଁ । କିନ୍ତୁ ଏବେ ହେଲା । କାରଣ ଜଗା ପ୍ରତି ହୋଇଥିବା ଅନ୍ୟାୟ ପାଇଁ ପ୍ରଳୟ ହୋଇଛି । ଠାକୁରଙ୍କୁ ଭୋକରେ ରଖିବା ଓ ନୀତିକାନ୍ତିରେ ବିଭ୍ରାଟ ପାଇଁ ଏପରି ଘଟିଛି ।

ଜାଣିଶୁଣି ଆମେ ଅବିଚାର କରିବା ସହ ମନ୍ଦିର ମଧ୍ୟରେ ଜୋର ଜବରଦସ୍ତ ଯଦି ପଶିବା ତେବେ ଏପରି ହେବ ବୋଲି ରଥଶର୍ମା କହିଛନ୍ତି । ଏହାସହ ନିଜ ପ୍ରତିକ୍ରିୟାରେ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଜଗନ୍ନାଥ ମହାପ୍ରଭୁ ଆମକୁ ବିଧା ମାରିଛନ୍ତି । ଯଦି ଆମେ ନିଜ ଆଚରଣ ଓ ଶୃଙ୍ଖଳାରେ ପରିବର୍ତନ ନକରିବା ତେବେ ଏମିତି ହିଁ ଭୋଗିବା ବୋଲି ରଥଶର୍ମା କହିଛନ୍ତି । ତେବେ ପ୍ରଶ୍ନ ଉଠୁଛି ସତରେ କଣ କାଳିଆ କୋପ କଲା କି ? ମହାପ୍ରଭୁଙ୍କ ନିଜ କ୍ଷେତ୍ରକୁ ମାଡି ଆସିଲା ଏତେ ବଡ ବିପତି ? ତେବେ ଏହାକୁ ନେଇ ଚାଲିଛି ଜୋରସୋର ଚର୍ଚ୍ଚା ।