ସାବାସ ଭବାନୀ… ପରାଜିତ ହେଲେ କିନ୍ତୁ ମନ ଜିଣିନେଲେ । ଟ୍ୟୁନିସିଆର ଖେଳାଳୀ ନାଦିୟାଙ୍କୁ ୧୫-୩ରେ ହରାଇ ଇତିହାସ ରଚିଲେ

328

ସାବାସ ଭବାନି … ଏଇ ନାଁଟି ଆଜି ସମସ୍ତଙ୍କ ମୁହଁରେ । ଅଲିମ୍ପିକ୍ସରେ ଅଶୀ ଚାଳନାରେ ପ୍ରଥମ ଥର ପାଇଁ ଭବାନୀ ଭାରତ ତରଫରୁ ପ୍ରତିନିଧିତ୍ୱ କରୁଥିଲେ ।

ପ୍ରଥମ ମ୍ୟାଚରେ ଭବାନି ଟ୍ୟୁନିସିଆର ଖେଳାଳୀ ନାଦିୟାଙ୍କୁ ୧୫-୩ ହରେଇ ଇତିହାସ ରଚିଲେ ।

୨୭ ବର୍ଷିୟ ଭବାନୀ ଦ୍ୱିତୀୟ ମ୍ୟାଚରେ ହାରିଗଲେ ହେଲେ କୋଟି କୋଟି ଭାରତୀୟଙ୍କ ମନ ଜିଣିନେଲେ । ଆପଣ ଜାଣି ମଧ୍ୟ ଆଶ୍ଚଯ୍ୟ ହେବେ ଯେ ଝିଅର ଖେଳ ପାଇଁ ତାଙ୍କ ମା’ ନିଜର ଗହଣା ସବୁ ବନ୍ଧା ରଖିଥିଲେ ।

ଆଜି ଖେଳାଯାଇଥିବା ମ୍ୟାଚରେ ଆରମ୍ଭରୁ ଭବାନୀ ଭଲ ପ୍ରଦର୍ଶନ କରିଥିଲେ । ପରେ ଫେନ୍ସିଂରେ ଭବାନୀ ଦେବୀ ୭-୧୫ରେ ଫ୍ରାନ୍ସର ମାନୋନ ବ୍ରୁନେଟଙ୍କଠାରୁ ପରାସ୍ତ ହୋଇଥିଲେ । ରାଉଣ୍ଡ ୩୨ର ମୁକାବିଲାରେ ବିଶ୍ୱର ତିନି ନମ୍ବର ଖେଳାଳି ବ୍ରୁନେଟଙ୍କ ସହ ଭାବନୀ ଦେବୀଙ୍କ ମୁକାବିଲା ହୋଇଥିଲା । ତେବେ ଆମେ ଏଠାରେ କହିରଖୁଛୁ କି ଭବାନୀ ଦେବୀ ଭାରତର ପ୍ରଥମ ଫେନସର ଭାବେ ଅଲିମ୍ପିକରେ ସାମିଲ ହୋଇଥିଲେ ।