ବାତ୍ୟା ‘ୟାସ୍’ର ତାଜା ଅପଡେଟ୍: ପାରାଦୀପ ଠାରୁ ୧୧୦ କିମି ଦୂରରେ ଅଛି ବାତ୍ୟା ।

197

କନକ ବ୍ୟୁରୋ: ବାତ୍ୟା ‘ୟାସ୍’ ପାରାଦୀପଠୁ ଏବେ ୧୧୦ କିଲୋମିଟର ଦୂରରେ ଅଛି । ଧାମରାର ଉତ୍ତରରେ ସକାଳୁ ସକାଳୁ ସ୍ଥଳଭାଗ ଛୁଇଁବ ବାତ୍ୟା । ଲ୍ୟାଣ୍ଡଫଲ ବେଳେ ପବନର ବେଗ ୧୪୦ରୁ ୧୫୫ କିମି ରହିବ । ଏନେଇ ତାଜା ସୂଚନା ଦେଲେ ଏସଆରସି ପ୍ରଦୀପ ଜେନା । ଏବେ ପାରାଦୀପରେ ୬୦ରୁ ୮୦ କିମି ବେଗରେ ବହୁଛି ପବନ । ଧିରେ ଧିରେ ବାତ୍ୟା ନିକଟତର ହେଉଥିବାବେଳେ ପବନର ବେଗ ମଧ୍ୟ ବଢୁଛି । ତେଣୁ ସମସ୍ତେ ଘରେ ରୁହନ୍ତୁ ଏବଂ ବାତ୍ୟା ଆଶ୍ରୟସ୍ଥଳୀରେ ସୁରକ୍ଷିତ ରୁହନ୍ତୁ ବୋଲି ଏସଆରସ ଅପିଲ କରିଛନ୍ତି । ତେବେ ଲ୍ୟାଣ୍ଡଫଲ ପରେ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରିବ ବାତ୍ୟା ବୋଲି ଆକଳନ କରାଯାଉଛି । ସ୍ଥଳଭାଗରେ ଶିମିଳିପାଳ ପର୍ବତମାଳାରେ ବାତ୍ୟାର ଗତି କମିପାରେ ।

ଅନ୍ୟପଟେ ବିଳମ୍ବିତ ରାତିରେ ବଡ଼ ଖବର ଦେଲେ ଏସଆରସି: ଟ୍ୱିଟ୍ କରି କହିଲେ, ଆଇଏମଡି ଡିଜିଙ୍କ ସହ କଥା ହେଲି, ତୀବ୍ର ରୂପ ନେଇସାରିଛି ବାତ୍ୟା ‘ୟାସ’ ଏବଂ ଲ୍ୟାଣ୍ଡଫଲ ପର୍ୟ୍ୟନ୍ତ ଆଉ ତୀବ୍ରତା ଆଶା କରାଯାଉନି । ମହାପ୍ରଭୁ ଜଗନ୍ନାଥ କରନ୍ତୁ ପୂର୍ବାନୁମାନ ଅପେକ୍ଷା କମ୍ ରହୁ ପବନର ବେଗ । ଜଗନ୍ନାଥ ମହାପ୍ରଭୁ ସମସ୍ତଙ୍କୁ ସୁରକ୍ଷିତ ରଖନ୍ତୁ ।