ଓଡ଼ିଆ ପୁଅ ଅବିନାଶ ଜିତିଲେ ‘ମାଷ୍ଟରସେଫ୍ ସିଜିନ-୬’! ପ୍ରଥମ ଓଡ଼ିଆ ଭାବେ ଜିତିଲେ ଟାଇଟଲ, ଜାତୀୟ ଗଣମାଧ୍ୟମ ମୁମ୍ବାଇ ଲାଇଭର ସୂଚନା?

Advertisment
ଓଡ଼ିଆ ପୁଅ ଅବିନାଶ ଜିତିଲେ ‘ମାଷ୍ଟରସେଫ୍ ସିଜିନ-୬’! ପ୍ରଥମ ଓଡ଼ିଆ ଭାବେ ଜିତିଲେ ଟାଇଟଲ, ଜାତୀୟ ଗଣମାଧ୍ୟମ ମୁମ୍ବାଇ ଲାଇଭର ସୂଚନା?

କନକ ବ୍ୟୁରୋ : କମାଲ କଲେ ଓଡ଼ିଆ ପୁଅ ଅବିନାଶ । ମନୋରଞ୍ଜନଧର୍ମୀ ଜାତୀୟ ଟେଲିଭିଜନ ଚ୍ୟାନେଲ ଷ୍ଟାର ପ୍ଲସରେ ପ୍ରସାରିତ ହେଉଥିବା ରିଆଲଟି କୁକିଂ ସୋ’ ମାଷ୍ଟର ସେଫ୍ ସିଜିନ୍-୬ର ଟାଇଟଲ ଓଡ଼ିଆ ପୁଅ ଅବିନାଶ ହାତେଇଛନ୍ତି ବୋଲି ଜାତୀୟ ଗଣମାଧ୍ୟମ ମୁମ୍ବାଇ ଲାଇଭ ପକ୍ଷରୁ ସୂଚନା ମିଳିଛି ।

ମାଷ୍ଟର ସେଫ୍ ସିଜିନ-୬ର ଟ୍ରଫି ଜିତିବା ସହ ପୁରସ୍କାର ରାଶି ବାବଦକୁ ୨୫ ଲକ୍ଷ ଟଙ୍କା ଅବିନାଶଙ୍କୁ ମିଳିଥିବା ଚର୍ଚ୍ଚା ହେଉଛି । ନିକଟରେ ଏହାର ଫାଇନାଲ ଏପିସୋଡ ସୁଟ୍ ହୋଇଥିବା ମୁମ୍ବାଇ ଲାଇଭ ପକ୍ଷରୁ ସୂଚନା ମିଳିଛି ।

ଜାତୀୟ ଗଣମାଧ୍ୟମ ମୁମ୍ବାଇ ଲାଇଭର ସୂଚନା ଅନୁଯାୟୀ ଫାଇନାଲ ରାଉଣ୍ଡରେ ଓଡ଼ିଆ ପୁଅ ଅବିନାଶ ଓ କୋଲକାତା ଝିଅ ଓଇନଡ୍ରିଲା ବାଲା ହୋଇଥିଲେ ମୁହାଁମୁହିଁ । ଯେଉଁଥିରେ ଅବିନାଶ ବାଜି ମାରିଥିବା ଚର୍ଚ୍ଚା ହେଉଛି । ଗଞ୍ଜାମ ଜିଲ୍ଲା ଆସ୍କାରେ ଜନ୍ମଗ୍ରହଣ କରିଥିବା ଅବିନାଶ ଭୁବନେଶ୍ୱରରୁ ପାଠପଢା ଶେଷ କରିବା ପରେ ଏବେ ଏକ ଆଇଟି କମ୍ପାନିରେ ଚାକିରି କରୁଛନ୍ତି । ସେହିଭଳି ଓଇନଡ୍ରିଲା ମଧ୍ୟ ଏକ ଅଡିଟ୍ ଫାର୍ମରେ ଟ୍ୟାକ୍ସ କନସଲଣ୍ଟାଟ ଭାବେ କାମ କରୁଥିବା ବେଳେ ମାଷ୍ଟରସେଫ୍ ସୋ’ ପାଇଁ ଚାକିରି ଛାଡିଛନ୍ତି ।ଦୀର୍ଘ ୩ ବର୍ଷ ହେବ ଓଇନଡ୍ରିଲା ଏହି ସୋ’ରେ ଏଣ୍ଟ୍ରି କରିବାକୁ ପ୍ରୟାସ କରି ଆସୁଥିଲେ ।

publive-imageମୁମ୍ବାଇ ଲାଇଭ ସୂଚନାକୁ ଯଦି ବିଶ୍ୱାସକୁ ନିଆଯାଏ ତେବେ ମାଷ୍ଟରସେଫ୍ ଟାଇଟଲ ଜିତିବାରେ ଅବିନାଶ ହେବେ ପ୍ରଥମ ଓଡ଼ିଆ । ପୂର୍ବରୁ ସେ ଲୋକିକୁକସ ଫେଲୋସିପ୍‌ ୨୦୧୯ ପାଇଥିବା ବେଳେ ଗତବର୍ଷ ହଲଦିରାମ ପକ୍ଷରୁ ହୋଇଥିବା ଏକ ରାନ୍ଧଣା ପ୍ରତିଯୋଗିତାରେ ଶୀର୍ଷ ୧୫ ଜଣଙ୍କ ମଧ୍ୟରେ ରହିଥିଲେ। ନୂଆ ନୂଆ ସୁସ୍ୱାଦୁ ଆଇଟମ୍ ପ୍ରସ୍ତୁତ କରିବାରେ ମାହିର ଅବିନାଶ ଚଳିତଥର ମାଷ୍ଟରସେଫ୍ ସୋ’ରେ ନିଜର ଭାଗ୍ୟ କରିଥିଲେ । ପୂର୍ବରୁ ଅନେକ ରୋଷେଇ ପ୍ରତିଯୋଗିତାରେ ଭାଗ ନେଇଥିବା ସଫଳ ହୋଇଥିବା ଓଡ଼ିଆ ପୁଅ ଅବିନାଶ ନାୟକ ଶେଷରେ ଜାତୀୟ ଟେଲିଭିଜନ ସଂସ୍ଥା ‘ଷ୍ଟାର୍‌ ପ୍ଲସ୍‌’ରେ ଦେଉଥିବା ‘ମାଷ୍ଟର୍‌ ସେଫ୍’ କାର୍ୟ୍ୟକ୍ରମରେ ଡିସେମ୍ବର ମାସରେ ଯୋଗ ଦେଇଥିଲେ। ଇନଫୋସିସରେ ଇଞ୍ଜିନିୟର ଭାବେ ଚାକିରି କରିଥିବା ଅବିନାଶ ପ୍ରତିଯୋଗିତାରେ ଭାଗ ନେଇ ‘ଚିକେନ୍‌‌ ବେସର’ କରି ଉପସ୍ଥିତ ୩ ଜଣ ବିଚାରପତିଙ୍କୁ ସ୍ୱାଦଚଖାଇ ଚକିତ କରାଇବା ସହ ମାଷ୍ଟର୍‌ ସେଫ୍-୬ର ଅଡିସନ୍‌ ରାଉଣ୍ଡରେ ମନୋନୀତ ହୋଇଥିଲେ। ବିଚାରପତିମାନେ ଅବିନାଶଙ୍କ ଖାଦ୍ୟର ସ୍ୱାଦ ଜାଣିବା ପରେ ତାଙ୍କୁ ଭୂରି ଭୂରି ପ୍ରଶଂସା କରିଥିଲେ।

publive-imageପ୍ରଥମେ ୪୦ ଜଣ ପ୍ରତିଯୋଗୀଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାରେ ଓଡ଼ିଆ ପୁଅ ଅବିନାଶ ଗୋଟିଏ ପରେ ଗୋଟିଏ ସୋପାନ ଅତିକ୍ରମ କରି ଫାଇନାଲ ରାଉଣ୍ଡରେ ପହଞ୍ଚିଥିଲେ। ଫାଇନାଲ୍‌ ରାଉଣ୍ଡରେ ଅବିନାଶ ପହଞ୍ଚିବା ପରେ ସେଠାରେ ସେ ଓଡ଼ିଶାର ପ୍ରସିଦ୍ଧ ଖାଦ୍ୟ ଖେଚୁଡ଼ି, ମୁଗ ଓ ମାଛ ତରକାରୀ ରୋଷେଇ କରି ବିଚାରକଙ୍କର ମନ ଜିଣିଥିଲେ । ପାରମ୍ପରିକ ରନ୍ଧଣା ଶୈଳୀରେ ଆଧୁନିକ ଛୁଙ୍କ ଦେଇଥିବା ଅବିନାଶଙ୍କ ‘ଡିସ୍‌’ ଖାଇବା ପରେ ସେଫ୍‌ ବିକାଶ କହିଥିଲେ, ‘ଜୟ ହୋ ଓଡ଼ିଶା’।

(ତେବେ ଅବିନାଶଙ୍କ ବିଜୟ ନେଇ ଜାତୀୟ ଗଣମାଧ୍ୟମ ମୁମ୍ବାଇ ଲାଇଭ ପକ୍ଷରୁ ଜାଣିବାକୁୂ ମିଳିଛି । କିନ୍ତୁ ଚ୍ୟାନେଲ କିମ୍ବା ମାଷ୍ଟରସେଫ୍ ସୋ’ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏଯାଏଁ କୌଣସି ଅଫିସିଆଲ ଘୋଷଣା କରାଯାଇନାହିଁ । ଯେହେତୁ ଏଯାବତ ସୋ’ର ଏପିସୋଡ୍ ପ୍ରସାରଣ ଜାରି ରହିଛି ।  ତେଣୁ ଗ୍ରାଣ୍ଡଫିନାଲେରେ ଏନେଇ ଘୋଷଣା କରାଯିବାର ସମ୍ଭାବନା ରହିଛି । )

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe