ମାରାଥନ୍ ଜେରା ପରେ ଇଡି ଅଫିସରୁ ବାହାରିଲେ ଅଭୟ ପାଠକ । ୧୧ ଘଣ୍ଟା ଧରି ହେଲା ଜେରା ।

128

କନକ ବ୍ୟୁରୋ : ଇଡି ଅଫିସରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଅଧିକାରୀମାନେ ଆଇଏଫ୍‌ଏସ୍‌ ଅଧିକାରୀ ଅଭୟକାନ୍ତ ପାଠକଙ୍କୁ ଜେରା କରିଛନ୍ତି । ତାଙ୍କୁ ମାରାଥନ ଜେରା କରାଯାଇଥିଲା । ପ୍ରାୟ ୧୧ ଘଣ୍ଟାରୁ ଊର୍ଦ୍ଧ୍ଵ ସମୟ ଧରି ଜେରା କରାଯାଇଥିବା ଜଣାଯାଇଛି । ଇଡି ୮ କୋଟି ଟଙ୍କା କାରବାର ନେଇ ଖୋଳତାଡ଼ କରିଥିଲା ।

ଅଭୟ ପାଠକଙ୍କୁ ଜେରା ସମୟରେ ଆୟ ବର୍ହିଭୂତ ସମ୍ପତ୍ତି ଓ କାରବାର ନେଇ ଇଡି ପ୍ରମାଣ ପାଇଛି । ଇଡି ପୂର୍ବରୁ ପାଠକଙ୍କୁ ସମନ ଜାରି କରିଥିଲା । ଆବଶ୍ୟକ ହେଲେ ଇଡି ଖୁବଶୀଘ୍ର ପୁଣି ଜେରା କରିପାରେ । ଆକ୍ରୋସର ଶିକାର ହୋଇଥିବା କହିଲେ ପାଠକ । ପୁଅ ଆକାଶ ପାଠକଙ୍କ ସମ୍ପର୍କରେ ମଧ୍ୟ ପ୍ରଶ୍ନ ପଚରା ଯାଇଛି । ଆଗମୀ ଦିନରେ ସମନ ହେଲେ ତଦନ୍ତରେ ସହଯୋଗ କରିବେ ବୋଲି ଅଭୟ କହିଛନ୍ତି ।