କନକ ବ୍ୟୁରୋ: ଜିମ୍ବାୱେ ବିପକ୍ଷରେ ପ୍ରଥମ ଟି-୨୦ ହାରିବା ପରେ ଆଜି ଦ୍ୱିତୀୟ ଟି-୨୦ ଖେଳୁଛି ଭାରତ । ଏହି ମ୍ୟାଚରେ ଭାରତ ପକ୍ଷରୁ ଅଭିଷେକ ଶର୍ମା ବିସ୍ଫୋରକ ବ୍ୟାଟିଂ କରିଥିଲେ । ସେ ୪୬ ବଲରୁ ଶତକ ହାସଲ କରିଛନ୍ତି । ସେହିପରି ରିଙ୍କୁ ସିଂ ବି ଧୂଆଁଧାର ବ୍ୟାଟିଂ କରିଥିଲେ । ସେ ୨୨ ବଲରୁ ୪୮ ରନ କରିଥିଲେ । ଏହାସହ ଗାଏକ୍ୱାର୍ଡଙ୍କ ୭୭ ରନର ଇଂନିସ ଯୋଗୁଁ ଭାରତ ୨୦ ଓଭରରେ ୨ ୱିକେଟ ହରାଇ ୨୩୪ ରନର ବିଶାଳ ସ୍କୋର କରିଛି ।

Advertisment

ଅଭିଷେକ ଶର୍ମାଙ୍କ ଏହା ପ୍ରଥମ ଅନ୍ତର୍ଜାତୀୟ ଟି-୨୦ ଟୁର୍ଣ୍ଣାମେଣ୍ଟ । ପ୍ରଥମ ମ୍ୟାଚରେ ଅଭିଷେକ ବିଫଳ ହୋଇଥିଲା ବେଳେ ଦ୍ୱିତୀୟ ମ୍ୟାଚରେ ନିଜ ଫର୍ମକୁ ଫେରିଛନ୍ତି । ସେ ନିଜ ଦ୍ୱିତୀୟ ମ୍ୟାଚରେ ବିସ୍ଫୋରକ ବ୍ୟାଟିଂ କରି ଶତକ ହାସଲ କରିଛନ୍ତି । ଏବେ ଜିମ୍ବାୱେ ବ୍ୟାଟିଂ ଆରମ୍ଭ କରିଛି । ଦଳ ଖବର ଲେଖାହେବା ସୁଦ୍ଧା ୪ ଓଭରରେ ୪୮ ରନ କରି ୪ ୱିକେଟ ହରାଇ ସାରିଛି ।