ଆଖି ବୁଜିଲେ ଅଭିଷେକ : କୋଲକାତାରେ ଚାଲିଥିଲା ଇକମୋ ଚିକିତ୍ସା

11,704

କନକ ବ୍ୟୁରୋ : ଆଖି ବୁଜିଲେ ଅଭିଷେକ । କୋଲକାତାରେ ଚାଲିଥିଲା ଇକମୋ ଚିକିତ୍ସା । କୋଭିଡରେ ଆକ୍ରାନ୍ତ ହେବା ପରେ ଅଭିଷେକ ମହାପାତ୍ରଙ୍କର ଫୁସଫୁସ କିଛି ମାତ୍ରାରେ ନଷ୍ଟ ହୋଇଥିଲା । ଭୁବନେଶ୍ୱର କଳିଙ୍ଗ ହସ୍ପିଟାଲରେ ୨୨ଦିନ ଭେଣ୍ଟିଲେଟରେ ଥିବାବେଳେ ଅଭିଷେକଙ୍କୁ ଇକମୋ ଚିକିତ୍ସା ପାଇଁ ଏୟାର ଆମ୍ବୁଲାନ୍ସ କୋଲକାତା ନିଆଯାଇଥିଲା । ଜୁନ୍ ୯ ତାରିଖରୁ କୋଲକାତାରେ ଚାଲିଥିଲା ଅଭିଷେକଙ୍କର ଇକମୋ ଚିକିତ୍ସା । ଗତକାଲି ରାତି ୧୦ଟା ୪୫ ବେଳକୁ ଅଭିଷେକଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକ ସୂଚନା ଦେଇଛନ୍ତି ।

ସୂଚନାନୁସାରେ, କରୋନାରେ ଆକ୍ରାନ୍ତ ହେବା ପରେ ଗୁରୁତର ହୋଇଥିଲେ ଭଦ୍ରକର ଯୁବ ଇଞ୍ଜିନିୟର ଅଭିଷେକ ମହାପାତ୍ର । ଫୁସଫୁସ ପ୍ରଭାବିତ ହୋଇଥିବାରୁ ତାଙ୍କୁ  ଇକମୋ ଚିକିତ୍ସା ପାଇଁ କୋଲକାତା ସ୍ଥାନାନ୍ତର କରାଯାଇଥିଲା । ଲୋକଙ୍କ ଗୋଟି ଗୋଟି ସାହାଯ୍ୟ ପରେ ତାଙ୍କ ଚିକିତ୍ସା ପାଇଁ ସାହସ ବାନ୍ଧିଥିଲେ ପରିବାର ଲୋକେ । ବାସ୍ ତାପରେ ଅଭିଷେକଙ୍କ ପାଇଁ ଆରମ୍ଭ ହୋଇଥିଲା ଅଭିଯାନ । ଅର୍ଥ ଅଭାବରୁ କୋଲକାତାକୁ ସ୍ଥାନାନ୍ତର ହେଇପାରୁନଥିବାରୁ ମିଲାପ ମାଧ୍ୟମରେ ଆରମ୍ଭ ହୋଇଥିଲା ଫଣ୍ଡ ରେଜିଂ । ଯିଏ ଯାହା ପାରିଲା ନିଜ ସକ୍ଷମ ଅନୁସାରେ ସାହାଯ୍ୟ କଲା । ସେତିବ୍ରିଟିଠାରୁ ଆରମ୍ଭ କରି ସାଧାରଣ ଲୋକ ଯାଏଁ ଅଭିଷେକଙ୍କ ଜୀବନ ବଞ୍ଚାଇବାକୁ କିଏ ୫୦୦ ଦେଲା ତ କିଏ ଲକ୍ଷ ଲକ୍ଷ ଦେଲା । ଆଉ ଗୋଟିଏ ଗୋଟିଏ ଟଙ୍କା ବିନ୍ଦୁ ବିନ୍ଦୁ ଜଳରୁ ସିନ୍ଧୁ ପାଲଟିବା ପରି ଅଭିଷେକଙ୍କ ପାଇଁ ବନ୍ଧା ହେଲା ସାହାଯ୍ୟର ସେତୁ । ତେବେ ଡାକ୍ତରଙ୍କ ଉଦ୍ୟମ ଓ ସମସ୍ତଙ୍କ ସତ ଚେଷ୍ଟା ସତ୍ତ୍ୱେ ଆଖି ବୁଜିଛନ୍ତି ଅଭିଷେକ ।