ଆପଣଙ୍କ ସାହାଯ୍ୟ, ମୋ ସିନ୍ଦୂରକୁ ବଞ୍ଚାଇଦେବ… ଦୟାକରି ମୋ ସ୍ୱାମୀଙ୍କୁ ବଞ୍ଚାଇ ଦିଅନ୍ତୁ… ମାସେ ହେବ ଆମ ବାହାଘର ହୋଇଛି…

2,896

କନକ ବ୍ୟୁରୋ: ବିବାହକୁ ପୂରିଛି ମାତ୍ର ଗୋଟିଏ ମାସ । ଯଦି ସମ୍ପର୍କର କ୍ୟାଲେଣ୍ଡର ଓଲଟାଯାଏଁ ତେବେ ଆଜିକୁ ବିବାହ ଠିକ ମାସେ ୩ ଦିନ । ଅର୍ଥାତ ମେ ୫ ତାରିଖରେ ବିବାହ କରିଥିଲେ ଭଦ୍ରକ ଜିଲ୍ଲାର ଯୁବ ଇଂଜିନିୟର ଅଭିଷେକ ମହାପାତ୍ର । ମନରେ କେତେ ଆଶା, କେତେ ସ୍ୱପ୍ନ ନେଇ ମୌସୁମୀଙ୍କ ସହ ଆରମ୍ଭ କରିଥିଲେ ସଂସାର । ହେଲେ ବିବାହର ମାସଟେ ଭିତରେ ହସ୍ପିଟାଲ ବେଡରେ ଛଟପଟ ହେଉଛନ୍ତି ସ୍ୱାମୀ । ଜୀବନ ସହ ସଂଗ୍ରାମ କରୁଛି ସିନ୍ଦୂର । କରୋନାରେ ଆକ୍ରାନ୍ତ ହେବା ପରେ ହିଁ ହସ୍ପିଟାଲରେ ମୃତ୍ୟୁ ସହ ଲଢେଇ କରୁଛନ୍ତି ଅଭିଷେକ ଆଉ ସ୍ୱାମୀଙ୍କ ଜୀବନ ବଞ୍ଚାଇବାକୁ ସମସ୍ତଙ୍କ ଆଗରେ ହାତଯୋଡି ଭିକ୍ଷା ମାଗୁଛନ୍ତି ।

ତେବେ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି ୨୮ ବର୍ଷୀୟ ଅଭିଷେକ ମହାପାତ୍ର । ଜୀବନର ନୂଆ ଅଧ୍ୟାୟ ଆରମ୍ଭ କରିବା ଆଗରୁ ଡାକ୍ତରଖାନା ବେଡରେ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି । ବିବାହ ପରେ ସେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ୨୨ ଦିନ ହେଲା ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ସଂକଟାପନ୍ନ ଅବସ୍ଥାରେ ତାଙ୍କର ଚିକିତ୍ସା ଜାରି ରହିଛି । ଅଭିଷେକଙ୍କ ଅବସ୍ଥା ଦିନକୁ ଦିନ ବିଗୁଡୁଥିବାରୁ ତାଙ୍କର ଇସିଏମଓ ଚିକିତ୍ସା କରାଇବା ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି ।

ଏଥିପାଇଁ ଅଭିଷେକଙ୍କୁ କୋଲକତାର ଏକ ଘରୋଇ ଡାକ୍ତରଖାନାକୁ ନେବାକୁ ପଡିବ । ଆଜି ଅପରାହ୍ନ ୫ଟାରେ ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସରେ କୋଲକାତା ନେବାକୁ ପରିବାର ଲୋକ ଯୋଜନା କରିଥିଲେ । କିନ୍ତୁ ରାସ୍ତାରେ ଆମ୍ବୁଲାନ୍ସରେ ଗଲେ ବିପଦ ଥିବା କହିଛନ୍ତି କୋଲକାତାର ଏକମୋ ଚିକିତ୍ସା କରୁଥିବା ଡାକ୍ତର । ସେପଟେ ଏୟାର ଆମ୍ବୁଲାନ୍ସରେ ଅଭିଷେକଙ୍କୁ କୋଲକାତା ନେବା ପାଇଁ ପରିବାର ପାଖରେ ଆର୍ଥିକ ସମ୍ବଳ ନଥିବାରୁ ତାଙ୍କୁ ନିଆଯାଇ ପାରୁନାହିଁ । ଏକମୋ ଚିକିତ୍ସା ପାଇଁ ପ୍ରାୟ ୧ କୋଟିରୁ ଅଧିକ ଟଙ୍କାର ଆବଶ୍ୟକତା ରହିଛି । ଗୋଟିଏ ମଧ୍ୟବିତ ପରିବାର ପାଖରେ ଏତେ ଟଙ୍କା ଯୋଗାଡ କରିବା କଷ୍ଟକର ହୋଇ ପଡିଛି । ତେଣୁ ଆର୍ଥିକ ସହାୟତା କରିବାକୁ ଅନୁରୋଧ କରିଛନ୍ତି ତାଙ୍କ ପତ୍ନୀ ମୌସୁମୀ ମହାନ୍ତି ଏବଂ ମାଆ ।

ଅଭିଷେକଙ୍କ ପାଇଁ ଆଗେଇ ଆସନ୍ତୁ…
ଆପଣଙ୍କ ସହଯୋଗ, ଅଭିଷେକଙ୍କ ପାଇଁ ଆଣିଦେବ ନୂଆ ଏକ ଜୀବନ
ସାହାଯ୍ୟ କରିବାକୁ ଚାହୁଁଥିଲେ…
ଗୁଗୁଲ ପେ’ କିମ୍ବା ଫୋନ ପେ’ – ୯୫୮୩୫୯୬୮୮୬ (ରୋଶନ ମହାନ୍ତି)
ଅନ୍ୟ ଏ ଗୁଗୁଲ ନମ୍ବର- ୮୯୫୬୩୯୪୪୦୧