ମମତାଙ୍କ ପୁତୁରା ଓ ତାଙ୍କ ସ୍ତ୍ରୀଙ୍କୁ ଇଡି ପଠାଇଲା ନୋଟିସ । ଭିନ୍ନ ଭିନ୍ନ ତାରିଖରେ ହାଜର ହେବାକୁ ନିର୍ଦ୍ଦେଶ ।

Advertisment
ମମତାଙ୍କ ପୁତୁରା ଓ ତାଙ୍କ ସ୍ତ୍ରୀଙ୍କୁ ଇଡି ପଠାଇଲା ନୋଟିସ । ଭିନ୍ନ ଭିନ୍ନ ତାରିଖରେ ହାଜର ହେବାକୁ ନିର୍ଦ୍ଦେଶ ।

କନକ ବ୍ୟୁରୋ :  ଦିଦିଙ୍କ ପାଇଁ ବଢ଼ିବାରେ ଲାଗିଛି ଅଡୁଆ ଜ୍ଝ ଗୋଟିଏ ପଟେ ପଶ୍ଚିମବଙ୍ଗ ନିର୍ବାଚନ ପରବର୍ତ୍ତୀ ହିଂସା ମାମଲାରେ ଏବେ ସିବିଆଇ ଯାଞ୍ଚ ଆରମ୍ଭ କରିଥିବା ବେଳେ ଅନ୍ୟପଟେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ବି କୋଇଲା ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ତଥା ସାଂସଦ ଅଭିଷେକ ବାନାର୍ଜୀ ଓ ତାଙ୍କ ପତ୍ନୀ ରୁଜିରା ବାନାର୍ଜୀଙ୍କୁ ପଚରାଉଚରା ପାଇଁ ନୋଟିସ ଜାରି କରିଛି ।

ଉଭୟଙ୍କୁ ପଚରାଉଚରା ପାଇଁ ଇଡି ଡାକିବା ସହ ସେମାନଙ୍କର ବ୍ୟାଙ୍କ ବିବରଣୀ ବି ମାଗିଛି । ଇଡି ତରଫରୁ କୋଇଲା ଦୁର୍ନୀତି ମାମଲାରେ ଅଭିଷେକଙ୍କୁ ସେପ୍ଟେମ୍ବର ୩ ତାରିଖରେ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ନୋଟିସ କରିବା ସହ ରୁଜିରାଙ୍କୁ ସେପ୍ଟେମ୍ବର ପହିଲାରେ ହାଜର ହେବାକୁ ନୋଟିସ କରିଛି ଇଡି ।

ଅଭିଷେକ ବାନାର୍ଜୀ ଓ ତାଙ୍କ ପତ୍ନୀଙ୍କ ନାମରେ ଅଭିଯୋଗ ରହିଛି ଯେ, ସେ ନିଜ କମ୍ପାନି ଆକାଉଣ୍ଟରୁ କିଛି କମ୍ପାନି ଓ ବ୍ୟକ୍ତିଙ୍କ ସହ ଅର୍ଥ କାରବାର କରିଛନ୍ତି, ଯେଉଁମାନେ କୋଇଲା ଦୁର୍ନୀତିରେ ସାମିଲ ଅଛନ୍ତି । ଅନ୍ୟପଟେ ଅର୍ଥ କାରବାର ହୋଇଥିବା କମ୍ପାନିମାନଙ୍କ ମଧ୍ୟରୁ ଅଭିଷେକ ବାନାର୍ଜୀଙ୍କ ବାପା ଅମିତ ବାନାର୍ଜୀଙ୍କର ଏକ କମ୍ପାନି ବି ରହିଛି । କୋଇଲା ଦୁର୍ନୀତି ମାମଲାରେ ସିବିଆଇ ଯାଞ୍ଚ କରୁଥିବା ବେଳେ ଏନେଇ ହୋଇଥିବା ଅର୍ଥ କାରବାର ମାମଲାରେ ଇଡି ଯାଞ୍ଚ ଆରମ୍ଭ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe