ଟିଏମସିର ମହାସଚିବ ପଦରେ ଅବସ୍ଥାପିତ ହେଲେ ବିବାଦୀୟ ନେତା ଅଭିଷେକ ବାନାର୍ଜୀ । ଯୁବ ଟିଏମସିର ଅଧ୍ୟକ୍ଷ ପଦରୁ ଦେଲେ ଇସ୍ତଫା

1,013

କନକ ବ୍ୟୁରୋ : ଟିଏମସି ନେତା ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭଣଜା କୁହାଯାଉଥିବା ଅଭିଷେକ ବାନାର୍ଜୀଙ୍କୁ ଦଳର ଏକ ବଡ ଦାୟିତ୍ୱ ମିଳିଛି । ତାଙ୍କୁ ତୃଣମୂଳ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ମିଳିଛି । କହିରଖୁ କି ପଶ୍ଚିମବଙ୍ଗର ବିଧାନସଭା ନିର୍ବାଚନ ପୂର୍ବରୁ ବିରୋଧୀ ମାନେ ଅଭିଷେକଙ୍କୁ ନେଇ ମମତାଙ୍କ ଉପରେ ପରିବାରବାଦର ଅଭିଯୋଗ ଆଣିଥିଲେ । ହେଲେ ଦଳର ବିଜୟ ପରେ ବିରୋଧୀଙ୍କ କଥାକୁ କର୍ଣ୍ଣପାତ ନକରି ଦିଦି ନିଜର ଭଣଜାକୁ ଦଳର ସର୍ବୋଚ୍ଚ ପଦରେ ଅବସ୍ଥାପିତ କରିଛନ୍ତି ।

ଅନ୍ୟପଟେ ଅଭିଷେକ ବାନାର୍ଜୀ ପାର୍ଟିର ଯୁବମୋର୍ଚ୍ଚାର ଅଧ୍ୟକ୍ଷ ଥିବାବେଳେ ‘ଏକ ନେତା, ଏକ ପଦ’ ପଲିସି ଫଳରେ ସେ ଯୁବମୋର୍ଚ୍ଚାର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି । ସୂଚନା ଥାଉକି ଅଭିଷେକ ବାନାର୍ଜୀ ବିଧାନସଭା ନିର୍ବାଚନରେ ଦଳପାଇଁ ଜୋରଦାର ପ୍ରଚାର କରିବା ସହ ଦଳକୁ ବିଜୟୀ କରିବାରେ ସମ୍ପୂର୍ଣ୍ଣ ସହାୟତ କରିଥିଲେ ।

ଅନ୍ୟପଟେ ସରକାର ଗଠନ ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପଶ୍ଚିମବଙ୍ଗ ଆସିବାକୁ କୃଷକ ନେତା ରାକେଶ ଟିକାୟତଙ୍କୁ ନିମନ୍ତ୍ରଣ କରିଥିଲେ । ମମତାଙ୍କୁ ନିମନ୍ତ୍ରଣ ରକ୍ଷା କରି ଜୁନ ୯ ତାରିଖରେ ଟିକାୟତ ପଶ୍ଚିମବଙ୍ଗ ଆସିବେ ବୋଲି ସୂଚନା ମିଳିଛି ।