କନକ ବ୍ୟୁରୋ : ସଲମାନ୍ ଖାନ୍ ଏବଂ ଅଭିଷେକ୍ ବଚ୍ଚନଙ୍କ ମଧ୍ୟରେ ଥିବା ତିକ୍ତତା କାହାକୁ ବି ଅଛପା ନାହିଁ । ଏବେ ଉଭୟଙ୍କୁ ନେଇ ଆଉ ଏକ ଚାଂଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ସଲମାନଙ୍କ ପାଇଁ ଅଟକି ଯାଇଛି ଅଭିଷେକଙ୍କ ସିନେମା ।
ସୂଚନା ଅନୁସାରେ, ଅଭିଷେକ ବଚ୍ଚନଙ୍କୁ ନେଇ ନିର୍ଦ୍ଦେଶକ ପ୍ରଭୁ ଦେବା ‘ଲେଫ୍ଟି’ ଟାଇଟଲରେ ଏକ ସିନେମା ତିଆରି କରୁଛନ୍ତି । ଏହାର ସୁଟିଂ ଖୁବ୍ ଶୀଘ୍ର ଆରମ୍ଭ ହେବ ବୋଲି ମଧ୍ୟ କୁହାଯାଉଥିଲା । ହେଲେ ଏହା ଭିତରେ ସଲମାନ୍ ଖାନ୍ ତାଙ୍କର ଆଗାମୀ ସିନେମା ‘ଦବଙ୍ଗ-୩’ର ନିର୍ଦ୍ଦେଶନା ଦେବାକୁ ପ୍ରଭୁଦେବାଙ୍କୁ ଅଫର୍ ଦେଲେ । ଏହା ଫଳରେ ଅଭିଷେକଙ୍କ ସିନେମା କାମ ଛାଡି ସେ ଏବେ ସଲମାନଙ୍କ ସିନେମା କାମରେ ମନ ଦେଇଛନ୍ତି । ଏଣୁ ଅଟକିଥିବା ଅଭିଷେକଙ୍କ ‘ଲେଫ୍ଟି’ର କାମ କେବେ ଆରମ୍ଭ ହେବ ତାହା ଜଣାପଡ଼ୁନାହିଁ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/07/489167-abhishek-salman.jpg)