ସିନେ ପ୍ରେମୀଙ୍କ ପାଇଁ ଖୁସି ଖବର ! ପୁଣି ଥରେ ଏକାଠି ନଜର ଆସିବେ ଐଶ୍ ଓ ଅଭିଷେକ

19

ସିନେ ପ୍ରେମୀଙ୍କ ପାଇଁ ଖୁସି ଖବର । କାରଣ ସିନେମାରେ ପୁଣି ଥରେ ଏକାଠି ଦେଖିବାକୁ ପାଇବେ ଐଶ୍ ଓ ଅଭିଙ୍କୁ । ତେବେ ଦୀର୍ଘ ୭ ବର୍ଷ ପରେ ସିଲଭରସ୍କ୍ରିନରେ ଏକାଠି ଅଭିନୟ କରିବାକୁ ଯାଉଛନ୍ତି ଅଭିଷେକ ବଚ୍ଚନ ଓ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ।

ସୂଚନା ମୁତାବକ, ନିର୍ଦ୍ଦେଶକ ତିନୋ ଦୋସୀଙ୍କ ଅପକମିଂ ସିନେମା ‘ହାପି ଆନିଭର୍ରସରୀ’ ପାଇଁ ଐଶ୍ ଓ ଅଭିଙ୍କୁ ସାଇନ୍ କରାଯାଇଥିବା ଜଣାପଡିଛି । ଯଦିଓ ସିନେମାର ସୁଟିଂ ଓ ଅନ୍ୟାନ୍ୟ କଳାକାରଙ୍କ ସମ୍ବନ୍ଧରେ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିପାରିନି । ତେବେ ପୂର୍ବରୁ ମଧ୍ୟ ବିବାହ ପରେ ଐଶ୍ ଓ ଅଭିଷେକ ସିନେମା ଗୁରୁ, ରାବଣରେ ଏକାଠି ଅଭିନୟ କରିଥିବାର ଦେଖିବାକୁ ମିଳିଛି ।