ଏକମୋ ଚିକିତ୍ସା ପାଇଁ ଯିବେ ଅଭିଷେକ : ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି ୨୬ ବର୍ଷିୟ ଅଭିଷେକ ମହାପାତ୍ର

253

କନକ ବ୍ୟୁରୋ : ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି ୨୬ ବର୍ଷିୟ ଅଭିଷେକ ମହାପାତ୍ର । ଜୀବନର ନୂଆ ଅଧ୍ୟାୟ ଆରମ୍ଭ କରିବା ଆଗରୁ ଡାକ୍ତରଖାନା ବେଡରେ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି । ମେ ୫ ତାରିଖରେ ବିବାହ କରିଥିଲେ ଭଦ୍ରକ ଜିଲ୍ଲାର ଯୁବ ଇଂଜିନିୟର ଅଭିଷେକ ମହାପାତ୍ର । ବିବାହ ପରେ ସେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ୨୨ ଦିନ ହେଲା ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ସଂକଟାପନ୍ନ ଅବସ୍ଥାରେ ତାଙ୍କର ଚିକିତ୍ସା ଜାରି ରହିଛି ।

ଅଭିଷେକଙ୍କ ଅବସ୍ଥା ଦିନକୁ ଦିନ ବିଗୁଡୁଥିବାରୁ ତାଙ୍କର ଇସିଏମଓ ଚିକିତ୍ସା କରାଇବା ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି । ଏଥିପାଇଁ ଅଭିଷେକଙ୍କୁ କୋଲକତାର ଏକ ଘରୋଇ ଡାକ୍ତରଖାନାକୁ ନେବାକୁ ପଡିବ । ଏଥିପାଇଁ ତାଙ୍କୁ ଆଜି ଅପରାହ୍ନ ୫ଟାରେ ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସରେ କୋଲକାତା ନିଆଯିବ । ତେବେ ଚିକିତ୍ସା ପାଇଁ ପ୍ରାୟ ୧ କୋଟିରୁ ଅଧିକ ଟଙ୍କାର ଆବଶ୍ୟକତା ରହିଛି । ଗୋଟିଏ ମଧ୍ୟବିତ ପରିବାର ପାଖରେ ଏତେ ଟଙ୍କା ଯୋଗାଡ କରିବା କଷ୍ଟକର ହୋଇ ପଡିଛି । ତେଣୁ ଆର୍ଥିକ ସହାୟତା କରିବାକୁ ଅନୁରୋଧ କରିଛନ୍ତି ତାଙ୍କ ପତ୍ନୀ ମୌସୁମୀ ମହାନ୍ତି ।