ପାକ୍ କୁ ଧୂଳି ଚଟାଇଥିବା ୱିଙ୍ଗ୍ କମାଣ୍ଡର୍ ଅଭିନନ୍ଦନଙ୍କ ସମେତ ପୁରା ସ୍କ୍ୱାର୍ଡନ୍ ହେବେ ସମ୍ମାନିତ ! ବାୟୁସେନା ପକ୍ଷରୁ ୫୧ ସ୍କ୍ୱାର୍ଡନ୍ ଙ୍କୁ କରାଯିବ ସମ୍ମାନ ।

ପାକ୍ କୁ ଧୂଳି ଚଟାଇଥିବା ୱିଙ୍ଗ୍ କମାଣ୍ଡର୍ ଅଭିନନ୍ଦନଙ୍କ ସମେତ ପୁରା ସ୍କ୍ୱାର୍ଡନ୍ ହେବେ ସମ୍ମାନିତ ! ବାୟୁସେନା ପକ୍ଷରୁ ୫୧ ସ୍କ୍ୱାର୍ଡନ୍ ଙ୍କୁ କରାଯିବ ସମ୍ମାନ ।

ବାଲାକୋଟ୍ ଏୟାର୍ ଷ୍ଟ୍ରାଇକ୍ ପରେ ପାକିସ୍ତାନ ପକ୍ଷରୁ ହୋଇଥିବା ଆକ୍ରମଣକୁ ପଣ୍ଡ କରିଥିବା ଭାରତୀୟ ବାୟୁସେନାର ୱିଙ୍ଗ୍ କମାଣ୍ଡର୍ ଅଭିନନ୍ଦନ ବର୍ଦ୍ଧମାନଙ୍କ ୫୧ ସ୍କ୍ୱାର୍ଡନ୍ କୁ ବାୟୁସେନା ଦିବସ ଅବସରରେ ସମ୍ମାନିତ କରାଯିବ। ଏୟାର୍ ଚିଫ୍ ମାର୍ସଲ ଆରକେଏସ୍ ଭାଦୋରିଆ ବାୟୁସେନାର ୮୭ ତମ ଜୟନ୍ତୀ ପାଳନ ଅବସରେ ଏହି ସମ୍ମାନ ପ୍ରଦାନ କରିବେ। ଏହି ଅବସରରେ ସ୍କ୍ୱାର୍ଡନ୍ ଲିଡର୍ ମିଣ୍ଟି ଅଗ୍ରଓ୍ଵାଲଙ୍କୁ ବାଲାକୋଟ ଆକ୍ରମଣକୁ ସଫଳ କରିଥିବା ଯୋଗୁଁ ପୁରସ୍କୃତ କରାଯିବ।

publive-image

ଉଲ୍ଲେଖଯୋଗ୍ୟ, ଗତ ଫେବୃୟାରୀ ୧୪ ତାରିଖରେ ଆତଙ୍କବାଦୀ ସଂଗଠନ ଜୈଶ୍-ଏ-ମହମ୍ମଦର ଆତଙ୍କବାଦୀମାନେ ଜମ୍ମୁ-କଶ୍ମୀର ପୁଲଓ୍ଵାମାଠାରେ ଆକ୍ରମଣ ଘଟାଇଥିବାରୁ ୪୦ ଯବାନ ସହିଦ ହୋଇଥିଲେ। ଏହି ଆକ୍ରମଣର ଠିକ୍ ୧୩ ଦିନ ପରେ ଭାରତୀୟ ବାୟୁସେନା ପାକିସ୍ତାନର ବାଲାକୋଟରେ ପଶି ଆତଙ୍କବାଦୀ ଶିବିରକୁ ଧ୍ୱସ୍ତବିଧ୍ୱସ୍ତ କରିଥିଲା। ଏହି ପାଲଟା ଯବାବରେ ପ୍ରାୟ ୩୦୦ ଆତଙ୍କବାଦୀ ନିପାତ ହୋଇଥିଲେ। ବାଲାକୋଟ୍ ଏୟାର୍ ଷ୍ଟ୍ରାଇକର ପ୍ରତିଶୋଧ ନେବାକୁ ପରଦିନ ପାକିସ୍ତାନ ଭାରତୀୟ ସୀମାରେ ପଶିବାକୁ ଚେଷ୍ଟା କରିଥିବା ବେଳେ ୱିଙ୍ଗ୍ କମାଣ୍ଡର୍ ଅଭିନନ୍ଦନ ମିଗ୍-୨୧ ଯୁଦ୍ଧ ବିମାନ ନେଇ ପାକିସ୍ତାନର ଏଫ୍-୧୬ ବିମାନକୁ ଗୁଳି କରି ପାକ୍ ସୀମାରେ ଖସାଇ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe