ବହିରେ ଅଭିନନ୍ଦନ ! ପାଠ୍ୟ ପୁସ୍ତକରେ ସ୍ଥାନ ପାଇବ ବୀର କମାଣ୍ଡର ଅଭିନନ୍ଦନଙ୍କ ସାହସିକତାର କାହାଣୀ ।

Advertisment

ଭାରତୀୟ ବାୟୁସେନା କମାଣ୍ଡର୍ ଅଭିନନ୍ଦନ ବର୍ତମାନ ଆଉ କେବଳ ଜଣେ ପାଇଲଟ୍ ହୋଇ ରହିନାହାନ୍ତି । ତାଙ୍କର ଦେଶପ୍ରେମ ପାଇଁ ସେ ଏଣିକି ଇତିହାସରେ ଲିପିବଦ୍ଧ ହୋଇ ରହିବେ । ରାଜସ୍ଥାନ ସରକାର ଘୋଷଣା କରିଛନ୍ତି କି ଏଣିକି ପିଲାଙ୍କ ପାଠ୍ୟ ସିଲାବସରେ ଅଭିନନ୍ଦନଙ୍କ ବୀରତାର କଥା ପଢ଼ିବାକୁ ମିଳିବ । ବୀର କମାଣ୍ଡରଙ୍କ ସାହସିକ କାହାଣୀ ପିଲାଙ୍କ ପାଠ୍ୟ ପୁସ୍ତକରେ ସ୍ଥାନ ପାଇବ ।

ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଓ୍ଵିଙ୍ଗ୍ କମାଣ୍ଡରଙ୍କ ବିଷୟରେ ପାଠ୍ୟ ପୁସ୍ତକରେ ସ୍ଥାନ ପାଇବାର ପ୍ରସ୍ତାବ ରାଜସ୍ଥାନ ଶିକ୍ଷା ମନ୍ତ୍ରୀ ଗୋବିନ୍ଦ ସିଂହ ଦୋତାସରା ଦେଇଛନ୍ତି। ମନ୍ତ୍ରୀ ତାଙ୍କ ଟୁଇଟରରେ ଟୁଇଟ୍ କରି ପ୍ରକାଶ କରିଛନ୍ତି ଯେ ପାଇଲଟ୍ ତାଙ୍କ ଶିକ୍ଷା ଯୋଧପୁରରେ ଗ୍ରହଣ କରିଛନ୍ତି। ଏହି ପଦକ୍ଷେପ ନିଆଯିବା ଦ୍ୱାରା ତାଙ୍କ ପାଇଁ ଓ ତାଙ୍କ ସାହସିକତା ପାଇଁ ଏକ ସମ୍ମାନର କଥା ହେବ। ମନ୍ତ୍ରୀ ଏହି କଥାକୁ ତାଙ୍କର ଫେସବୁକରେ ବି ପୋଷ୍ଟ୍ କରିଛନ୍ତି। ମାତ୍ର ଅଭିନନ୍ଦନଙ୍କ କାହାଣୀ କେଉଁ ଶ୍ରେଣୀ ପିଲାଙ୍କ ପୁସ୍ତକରେ ସ୍ଥାନ ପାଇବ ସେ ନେଇ ମନ୍ତ୍ରୀ କୌଣସି ସୂଚନା ଦେଇ ନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe